ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା -୨୦୨୬, ହରଭଙ୍ଗା
———————————–
ତାରିଖ – ୩୦/୮ /୨୬। ରବିବାର।
ସ୍ଥାନୀୟ ଗୀତା ସେବି ଅନୁଷ୍ଠାନ ପ୍ରଜ୍ଞାନ ମିଶନ୍ ର ଆୟୋଜନ କ୍ରମେ, ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ର ପୁରୁଣା କଟକ ଶିଶୁବିଦ୍ୟା ମନ୍ଦିର ଠାରେ “ଗୀତା ପ୍ରେରଣା-୨୦୨୬” ଅନୁଷ୍ଠିତ ହୋଇଅଛି। ବ୍ଲକ୍ ର ବିଭିନ୍ନ ଶିକ୍ଷାନୁଷ୍ଠାନ ର ,୩ୟ ଠାରୁ +୩ ପର୍ୟନ୍ତ ୬୧ଜଣ ଛାତ୍ରଛାତ୍ରୀ ଉକ୍ତ ପ୍ରତିଯୋଗିତାରେ ଯୋଗଦେଇ ଶ୍ରୀମତ୍ ଭଗବତ୍ ଗୀତା ର ୬ମ ଅଧ୍ଯାୟ ଆବୃତ୍ତି କରିଥିଲେ। ସମସ୍ତ ଭାଗଗ୍ରାହୀ ଛାତ୍ରଛାତ୍ରୀଙ୍କୁ ଓ ସଭ୍ୟମାନଙ୍କୁ ୬ଷ୍ଠ ଅଧ୍ଯାୟ ଗୀତା ଗ୍ରନ୍ଥ ବଣ୍ଟନ କରାଗଲା।ପୁରୁଣା କଟକଶିଶୁମନ୍ଦିର,ପି ଏମ୍ ଶ୍ରୀ ବିଦ୍ଯା ମନ୍ଦିର ହରଭଙ୍ଗା, ଆଦର୍ଶ ବିଦ୍ଯାଳୟ ମଣିପୁର,ବାଳିକା ଉଚ୍ଚବିଦ୍ୟାଳୟ ବଡବନ୍ଧ, ଭୈରବୀ ଡିଗ୍ରୀ କଲେଜ୍ ଓ ମଡେଲ ଡିଗ୍ରୀ କଲେଜ୍ ବୌଦ୍ଧ ର କୃତୀ ଛାତ୍ରଛାତ୍ରୀ ମାନେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ନିମନ୍ତେ ଉନ୍ନୀତ ହେଲେ ।ଏହି କୃତୀ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ସହ ପୁରସ୍କାର ବିତରଣ କରାଗଲା।ଶ୍ରୀ ଜିତେନ୍ଦ୍ର ନାଥ ଦାଶ,ଶ୍ରୀ ସନ୍ତୋଷ କୁମାର ମହାପାତ୍ର,ଶ୍ରୀ ରାଜୀବ କଁହର,ଶ୍ରୀମତୀ ଅନୀତା କୁମାରୀ ମହାରଣା,ସୁଶ୍ରୀ ଜଲିଭାରାଣି ଧଳ,ଶ୍ରୀ ଶିବଦତ୍ତ ପଟ୍ଟନାୟକ ଶ୍ରୀ ନନ୍ଦକିଶୋର ସାହୁ, ଶ୍ରୀ ସମୀରକୁମାର ସାହୁ ପ୍ରଭୃତି ଗୁରୁଜୀ ମାନେ ବିଚାର ପତିଭାବେ ଯୋଗଦେଇଥିଲେ। ପ୍ରଜ୍ଞାନ ମିଶନ୍ ବରିଷ୍ଠ କର୍ମକର୍ତ୍ତା ଶ୍ରୀ ସୁଦାମ ଚରଣପ୍ରଧାନ,ଶ୍ରୀ ପ୍ରାଣବନ୍ଧୁ ମହାପାତ୍ର ଶ୍ରୀ ସୌମିତ୍ରୀ ପଲିଆ ଶ୍ରୀ ଶ୍ରୀମନ୍ତ ପ୍ରଧାନ , ଶିଶୁମନ୍ଦିର କର୍ମକର୍ତ୍ତା ଙ୍କ ସହଯୋଗ ଓ ପ୍ରଧାନଗୁରୁଜୀ ଶ୍ରୀ ଭଗବାନ ମନହିରା ଙ୍କ ଅଧ୍ୟକ୍ଷତା ରେ ସଭାକାର୍ଯ୍ୟ ସମ୍ପନ୍ନ ହୋଇଥିଲା।
