*ନୂଆପଡ଼ାରେ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ ଅନୁଷ୍ଠିତ*
ନୂଆପଡ଼ା(ମିଖାଏଲ ନନ୍ଦ)
ତା. ୩୦.୦୮:
ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ। ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ଟିବି ନିୟନ୍ତ୍ରଣ, ଟିକାକରଣ, ଅଣସଂକ୍ରାମକ ରୋଗ ନିୟନ୍ତ୍ରଣ, ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଭିତ୍ତିଭୂମି ବିକାଶ, ଆୟୁଷ୍ମାନ ଭାରତ ଯୋଜନା ସମେତ ବିଭିନ୍ନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ସ୍ଥିତି ଓ ଅଗ୍ରଗତି ଉପରେ ଆଲୋଚନା ହୋଇଥିଲା।
ସମୀକ୍ଷାରୁ ଜଣାପଡ଼ିଥିଲା ଯେ, ଗତବର୍ଷ ଜୁଲାଇ ମାସରେ ଜିଲ୍ଲାରେ ୩୨ଟି ମାତୃ ମୃତ୍ୟୁ ଘଟିଥିବା ବେଳେ ଚଳିତ ବର୍ଷ ଜୁଲାଇ ମାସରେ ଏହି ସଂଖ୍ୟା ୧୬କୁ ହ୍ରାସ ପାଇଛି। ଚଳିତ ବର୍ଷ ଜୁଲାଇ ମାସରେ ଖରିଆର ରୋଡ୍ରେ ୬, ସିନାପାଲିରେ ୭, କୋମନାରେ ୨ ଓ ଖଡ଼ିଆଳରେ ୧ଟି ମାତୃ ମୃତ୍ୟୁ ରେକର୍ଡ ହୋଇଥିବା ସୂଚନା ଦିଆଯାଇଥିଲା।
ବୈଠକରେ ମାତୃ ମୃତ୍ୟୁ ଘଟିଥିବା ପରିବାରର ସମ୍ପର୍କୀୟମାନେ ମଧ୍ୟ ଯୋଗଦେଇଥିଲେ। ଜିଲ୍ଲାପାଳ ସେମାନଙ୍କ ସହ ସିଧାସଳଖ ଆଲୋଚନା କରି ମୃତ୍ୟୁର ପ୍ରକୃତ କାରଣ ଓ ଘଟଣାକ୍ରମ ସମ୍ପର୍କରେ ଜାଣିଥିଲେ। ଏଥିସହ ସମ୍ପୃକ୍ତ ପରିବାରଗୁଡ଼ିକୁ ସମସ୍ତ ପ୍ରକାର ଆବଶ୍ୟକ ସହାୟତା ଯୋଗାଇଦେବାକୁ ଆଶ୍ୱାସନ ଦେଇଥିଲେ।
ଚଳିତ ବର୍ଷ ଜୁଲାଇ ମାସରେ ଖଡ଼ିଆଳ ଅଞ୍ଚଳରେ ଗୋଟିଏ ଶିଶୁ ମୃତ୍ୟୁ ଘଟଣା ସମୀକ୍ଷା ହୋଇଅଛି।
