*ଓଡିଶା ସାହିତ୍ୟ ଏକାଡେମୀ ଓ ଗଙ୍ଗାଧର ସାରସ୍ୱତ ସମିତିର ରାଜ୍ୟ ସ୍ତରୀୟ ସ୍ବଭାବକବି ଜୟନ୍ତୀ ପାଳିତ, ଗଙ୍ଗାଧରୀୟ ଚେତନାରେ ଉଦବୁଦ୍ଧ ସିନାପାଲି ରେ କବି ବଞ୍ଚିବା*
ନୂଆପଡା(ମିଖାଏଲ ନନ୍ଦ) ତା:୩୦.୦୮.
ନୂଆପଡ଼ା ଜିଲ୍ଲା ସିନାପାଲି ଠାରେ ଓଡିଶା ସାହିତ୍ୟ ଏକାଡେମୀ ଓ ଗଙ୍ଗାଧର ସାରସ୍ୱତ ସମିତିର ମିଳିତ ଆନୁକୂଲ୍ଯରେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଛି l ବରିଷ୍ଠ ଆଇନଜୀବୀ ବୈଶମ୍ପାୟନ ମେହେରଙ୍କ ଅଧ୍ଯକ୍ଷତାରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ବିଶିଷ୍ଟ ଅତିଥି ଭାବରେ ଜିଲ୍ଲାପାଳ ତଥା ସାହିତ୍ୟ ଓ କବିତା ଭଳ ପାଉଥିବା ମଧୁସୂଦନ ଦାଶ, ମୁଖ୍ଯବକ୍ତା ବିଶିଷ୍ଟ ଗବେଷକ ପଦ୍ମଶ୍ରୀ ଡ଼ଃ ମହେନ୍ଦ୍ର କୁମାର ମିଶ୍ର ଯୋଗ ଦେଇଥିବା ବେଳେ ସମିତିର ସଭାପତି ଯୁବ ସ୍ତମ୍ଭକାର ବୈଷ୍ଣବ ମେହେର ଓ ସଂପାଦକ ତରୁଣ କୁମାର ମେହେର ମଂଚାସିନ ଥିଲେ। ଏ ଅବସରରେ ନିଜ ସୄଷ୍ଟିର ଅନୁରୂପ ଜୀବନ ବଂଚୁଥିବା କବି ଗଙ୍ଗାଧର ସଂପ୍ରତି ସମାଜ ପାଇଁ ଆଲୋକବର୍ତ୍ତିକା ହୋଇଥିବା ବେଳେ ସିନାପାଲିର ସାଧାରଣ ଲୋକେ ଗଙ୍ଗାଧରୀୟ ଚେତନାରେ ଉଦବୁଦ୍ଧ ହେଵା କଵିଙ୍କୁ ଏଠାରେ ଜୀବନ୍ତ କରିଛି ବୋଲି ମଂଚାସୀନ ବକ୍ତାଗଣ ମତବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ ଶିବପ୍ରସାଦ ମେହେର ସ୍ୱାଗତ ଓ ପରିଚୟ ପ୍ରଦାନ କରିଥିଲେ l ଚୂଡ଼ାମଣି ମେହେରଙ୍କ ନିର୍ଦେଶନାରେ କବିଙ୍କ ରଚିତ ଗୀତକୁ ସିନାପାଲି ପିଏମଶ୍ରୀ ହାଇସ୍କୁଲ ଛାତ୍ରୀମାନେ ସଙ୍ଗୀତରେ ପରିବେଷଣ କରିଥିଲେ।
