, ,*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଦରବାର ହଲ୍ ଠାରେ ପଶ୍ଚିମ ଓଡ଼ିଶା କୃଷି ଭିତ୍ତିକ ଗଣ ପର୍ବ ଲଗ୍ନ ଧାର୍ଯ୍ୟ, ଆସନ୍ତା ସେପ୍ଟେମ୍ବର ମାସ ୧୫ ତାରିଖ ସକାଳ ୯.ଘଣ୍ଟା ୫ ମିନିଟି ରୁ ସକାଳ ୧୦ ଘଣ୍ଟା ମଧ୍ୟରେ ଅମୃତ ବେଲା*
ନୂଆପଡା(ମିଖାଏଲ ନନ୍ଦ) ତା:୩୦/୦୮.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଦରବାର ହଲ୍ ଠାରେ ପଶ୍ଚିମ ଓଡ଼ିଶା କୃଷି ଭିତ୍ତିକ ଗଣ ପର୍ବ ପାଳନ ନେଇ ଲଗ୍ନ ଧାର୍ଯ୍ୟ ହୋଇଯାଇଅଛି। ଆସନ୍ତା ସେପ୍ଟେମ୍ବର ମାସ ୧୫ ତାରିଖ ସକାଳ ଭାଦ୍ରବ ମାସ ପଞ୍ଚମୀରେ ତିଥି ରେ ୯.ଘଣ୍ଟା ୫ ମିନିଟି ରୁ ସକାଳ ୧୦ ଘଣ୍ଟା ମଧ୍ୟରେ ଅମୃତ ବେଲା ରହିଅଛି। ସେହି ସମୟ ରେ ମିଳିତ ରୂପେ ଏକତ୍ର ପରିବାର ନବାର୍ଣ୍ଣ ଭକ୍ଷଣ କରିବା ସମୟ ଧାର୍ଯ୍ୟ ହୋଇଅଛି। ସେହିପରି ତାର ପୂର୍ବ ଦିନ ରେ ଗଡ ରକ୍ଷକ ଦେବୀ ମାଁ ରକ୍ତାମ୍ବରୀ ଏବଂ ଗଡଜାତ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀ ଙ୍କ ପାଖ ରେ ନୂଆଗାଁ ଶସ୍ୟ ଚୁଡ଼ା ଅର୍ପଣ ହେବା ପାଇଁ ଲଗାଣ ଧାର୍ଯ୍ୟ ହୋଇଅଛି
ଏହି କାର୍ଯ୍ୟକ୍ରମ ରେ ଖଡ଼ିଆଳ ରାଜା ଦେବ ଦେବ ସିଂ ଦେଓ ଙ୍କ ଉପସ୍ଥିତି ରେ ଲଗ୍ନ ଧାର୍ଯ୍ୟ କରିଥିବା ବେଳେ ରାଜ୍ୟ ପୁରୋହିତ ଗୋବିନ୍ଦ ରଥ, ପଣ୍ଡିତ ସୁଦର୍ଶନ ଠାକୁର, ତାରା ପ୍ରସାଦ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ଲଗ୍ନ ଧାର୍ଯ୍ୟ କରିଥିଲେ। ବର୍ତ୍ତମାନ ଲଗ୍ନ ଧାର୍ଯ୍ୟ ପରେ ଆରମ୍ଭ ହୋଇଛି ପ୍ରସ୍ତୁତି ପର୍ବ। ଗ୍ରାମାଞ୍ଚଳ ଠାରୁ ସହର ରେ ମଧ୍ୟ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହେବ।
