
ସୋର (ଜ୍ୟୋତି ପ୍ରକାଶ ଦୀକ୍ଷିତ): ସୋର ସମ୍ବାଦ , ସାହିତ୍ୟଘର ଓ ରାଜ୍ୟ ତଥା ସୋରର ଅଗ୍ରୀଣ ସ୍ବେଛାସେବୀ ସଂଗଠନ ଆଦର୍ଶ ଯୁବ ପରିଷଦର ମିଳିତ ସହଯୋଗରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଔପଦା ବ୍ଲକ ଈଶ୍ୱରପୁର ପଂଚାୟତ ତରତୁଆ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ତରତୁଆ ଗ୍ରାମରେ ଥିବା ବାବା ନୀଳକଣ୍ଠେଶ୍ଵର ଶିବ ମନ୍ଦିର ସନ୍ନିକଟ ପୋଖରୀ ଚତୁର୍ପାଶ୍ୱରେ ୩୦ଟି କୃଷ୍ଣଚୁଡା,ରାଧାଚୁଡା,ଶିଶୁ, ଜାମୁ, ପିଜୁଳି ଚାରା ରୋପଣ କରାଯାଇଥିଲା। ଏହି ସମୟରେ ଗ୍ରାମବାସୀଙ୍କ ତରଫରୁ ବସନ୍ତ ସ, କମଳାକାନ୍ତ ଧଳ, କମ୍ଭୁନାଥ ଧଳ, କେଶବ ମହାନ୍ତି, ଭବାନୀ ଶଙ୍କର ପ୍ରଧାନ, ପୂଜା ଶ ସହିତ ଆଦର୍ଶ ଯୁବ ପରିଷଦର ରମାକାନ୍ତ ସ, ବସନ୍ତ ଦଳେଇ, କାର୍ତ୍ତିକ ରାଉଳ,ଜ୍ୟୋସ୍ନାରାଣୀ ନାୟକ, ପ୍ରଭାବତୀ ପ୍ରଧାନ, ମମତା ଦଳେଇ, ରଞ୍ଜିତା ଅଗସ୍ତି, ନିବେଦିତା ପୋଇ,ରିତା ସାହୁ,ପ୍ରତୀକ୍ଷା ପଣ୍ଡା, ପ୍ରମୁଖ ସଦସ୍ୟ ସଦସ୍ୟାଙ୍କ ସହ ଇସ୍ରୋରେ ଯୁବ ବୈଜ୍ଞାନିକ ଥିବା ସୋରର ପୁଅ ଶୁଭ ସଙ୍କିତ ପଣ୍ଡା ଉପସ୍ଥିତ ରହି ବୃକ୍ଷରୋପଣ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ବାଦ ସାହିତ୍ୟ ଘରର ସହ ଭାଗିତାକୁ ପରିଷଦର ଉପସଭାପତି ଅଞ୍ଜନ କୁମାର ଦାସ ପ୍ରଶଂସା କରିଥିଲେ।ଏହାକୁ ସୋର ସମ୍ବାଦ ପ୍ରତିନିଧି ଅଭୟ କୁମାର ପତ୍ରୀ ପରିଚାଳନା କରିଥିଲେ।