
*ବୈତରଣୀ ତଟରେ ତିନି ରଥ*
ଯାଜପୁର।।।।।।।(ନିପ୍ର )ଓଡ଼ିଶା ର ବୋହୂ ପୁରାତନ ରାଜଧାନୀ ଜାଜନଗର ଯାହାକି ଆଜିର ଦିନରେ ତାହାର ନାମ ଯାଜପୁର ଭାବେ ପରିଚିତ।ସେହି ଯାଜପୁର ମାଟିରେ ବୋହୂ ପୁରାତନ ମନ୍ଦିର ଭିତରୁ ଜଗନ୍ନାଥ ମନ୍ଦିର ଅନ୍ୟତମ ଯାହାକି ବୈତରଣୀ ତଟ ନିକଟରେ ଅବସ୍ଥିତ।ଏହି ପ୍ରରିପେକ୍ଷୀ ରେ ଗତକାଲି ଶ୍ରୀଜୀଉ ଙ୍କର ବାହୁଡା଼ ଯାତ୍ରା ବୋହୂ ଆଡମ୍ବର ଭାବେ ସମ୍ପୂର୍ଣ ହୋଇଯାଇଛି।ଏହି ବାହୁଡା଼ ଯାତ୍ରା ଶ୍ରୀଜୀଉ ଙ୍କର ମାଉସୀ ମା ମନ୍ଦିର ମଠ ସାହି ନିକଟରୁ ନିର୍ଦ୍ଧିଷ୍ଟ ରୀତି ନୀତି ଅନୁସାରେ ବାହୁଡା଼ ଯାତ୍ରା ଆରମ୍ଭ ହୋଇଥିଲା ।ଏହି ପବିତ୍ର ଯାତ୍ରାରେ ଯାଜପୁର ଏବଂ ଭଦ୍ରକ ଅଞ୍ଚଳର ବୋହୂ ଶ୍ରଦ୍ଧାଳୁ ମାନଙ୍କର ଆଗମନ ହୋଇଥିଲା।ଯାଜପୁର ର ଏହି ବାହୁଡା଼ ଯାତ୍ରା ରେ ଦେଖିବାକୁ ମିଳିଥିଲା ଏକ ନିଆରା ପରମ୍ପରା ଯାହାକି ଶ୍ରୀଜିଉ ଙ୍କ ତିନି ରଥରେ ରଥ ଦୌଡ଼ି ଲଗାଯାଇନଥିଲା କିନ୍ତୁ ସହସ୍ର ଶ୍ରଦ୍ଧାଳୁଙ୍କ ଶ୍ରଦ୍ଧା ରେ ରଥକୁ ହାତରେ ଟଣା ଯାଇଥିଲା। ଯେମିତି ଲାଗୁଥିଲା ଲୀଳାମୟ ଜଗତର ନାଥ ଜଗନ୍ନାଥ ବି ଶ୍ରଦ୍ଧାଳୁ ମାନଙ୍କର ଶ୍ରଦ୍ଧା କୁ ଛାଡ଼ି ଯିବାକୁ ଇଚ୍ଛା ନଥିଲା କାହିଁକି ନା ଯେଁଉ ସମୟରେ ମନ୍ଦିର ନିକଟରେ ତିନିରଥ ପହଞ୍ଚିବା କଥା ତାହା ବୋହୂ ବିଳମ୍ବରେ ପହଞ୍ଚିଥିଲା ।ଯାହାକି ତିନିରଥ ସନ୍ଧ୍ୟା ୮:୪୫ ମିନିଟରେ ସମୟରେ ଜଗନ୍ନାଥ ମନ୍ଦିର ନିକଟରେ ପହଞ୍ଚିଥିଲା।