ଶାରଳା ସଂସ୍କୃତ ମହାବିଦ୍ୟାଳୟ ଅଧକ୍ଷଙ୍କୁ ୨୦୨୬ ର ଶ୍ରେଷ୍ଠ ଅଧକ୍ଷଭାବେ ସମ୍ମାନୀତ)
ଜଗତସିଂହପୁର(ନି.ପ୍ର):
ଜଗତସିଂହପୁର ଜ଼ିଲ୍ଲା
ବାଲିକୁଦା ବ୍ଲକ ଅନ୍ତର୍ଗତ କରମଙ୍ଗ ସ୍ଥିତ ଶାରଳା ସଂସ୍କୃତ ମହାବିଦ୍ୟାଳୟ ଅଧକ୍ଷ ଡକ୍ଟର ଅଜୟ କୁମାର ମୁଦୁଲିଙ୍କୁ ଚଳିତ ବର୍ଷ ୨୦୨୬ର ଶ୍ରେଷ୍ଠ ଅଧକ୍ଷଭାବେ ଚୟନ କରାଯାଇ ସମ୍ନାନୀତ କରାଯାଇଛି। ଜାତୀୟ ଶିକ୍ଷା ପରିଷଦର ଏ ଆଇ ଲୋଗୋ ଉନ୍ମୋଚନ ଓ ରୋବୋଟିକ ସମିଟ ଅଗଷ୍ଟ ୨୬ ରିଖରେ କଲିକତା ସ୍ଥିତ ଆଇ.ସି.ସି. ଆର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପଦ୍ମଶ୍ରୀ ସ୍ୱାମୀ ପ୍ରଦୀପ୍ତାନନ୍ଦ ଜୀ ଉଦଘାଟକ,ପଶ୍ଚିମବଙ୍ଗ ସରକାରଙ୍କ ପ୍ରତିନିଧିଭାବେ ସୁଭେନ୍ଦୁ ସରକାର, ମୁଖ୍ୟଅତିଥି, ସମ୍ନାନୀତ ଅତିଥିଭାବେ ଆଚାର୍ଯ୍ୟ ସଞ୍ଜୟ ଶାସ୍ତ୍ରିଜୀ, ଯୋଧପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଚୌଧୁ୍ରିଜୀ, ପଶ୍ଚିମବଙ୍ଗ ସରକାରଙ୍କ କୃଷି ନିର୍ଦେଶକ ,ଶିକ୍ଷା ନିର୍ଦେଶକ ଆଇ ଆଇଟି, ଖଡ଼ଗପୁର ଭୁବନେଶ୍ୱର ର ପ୍ରଫେସର ଓ ଅଧ୍ୟାପକ ଅଧ୍ୟାପିକା ମାନେ ଯୋଗଦାନ କରିଥିଲେ। ଭାରତୀୟ ପରମ୍ପରା ରେ ଶିକ୍ଷାଗୁରୁ ଓ ଜ୍ଞାନଗୁରୁଙ୍କ ଭୂମିକାକୁ ଆଲୋଚନା କରିଥିଲେ। ଶିକ୍ଷା ପ୍ରକ୍ରିୟାରେ କିପରି ଏ. ଆଇ ଓ ରୋବୋଟିକ ର ପ୍ରସାର ପାଇଁ କାର୍ଯ୍ୟକର୍ମ ପ୍ରସ୍ତୁତ କରିବା ଓ ସଚେତନତା ସୃଷ୍ଟି କରିବା, ସମସ୍ତେ ତତ୍ପରତା ହେବାକୁ ବକ୍ତାମାନେ ଉପଦେଶ ଦେଇଥିଲେ । ସାରଳା ସଂସ୍କୃତ ମହାବିଦ୍ୟାଳୟ ଅଧକ୍ଷ୍ୟ ଡକ୍ଟର ଅଜୟ କୁମାର ମୁଦୁଲି ଙ୍କୁ ଶିକ୍ଷାୟତନରେ ଶୃଙ୍ଖଳା, ଆଧ୍ୟାତ୍ମିକ ପରିବେଷ୍ଟିନୀ ଓ ଶିକ୍ଷା ବ୍ୟବସ୍ଥା ରେ ଦୃଢ଼ ଓ ଶୃଙ୍ଖଳିତ ନେତୃତ୍ୱ କୁ ବିଚାରପତି ଙ୍କ ଦ୍ୱାରା ଶ୍ରେଷ୍ଠତା ମନୋନୀତ କରାଯାଇ ଶ୍ରେଷ୍ଠ ଅଧକ୍ଷ୍ୟ ଭାବେ ସମ୍ମାନୀତ କରାଯାଇଥିଲା।
