**ନୂଆପଡ଼ା ନେସନାଲ କଲେଜ ସ୍ଥିତ ସମ୍ମିଳନୀ କକ୍ଷ ପରିସର ମଧ୍ୟରେ ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ଖେଲୋ ଇଣ୍ଡିଆ ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ସେବି ବିବେକାନନ୍ଦ ଙ୍କ ଜନ୍ମ ଜୟନ୍ତୀ ପାଳିତ ହେବା ସହ ଭର୍ଚୁଆଲ ମଧ୍ୟମ ରେ ଯୁବା ଶକ୍ତି ଙ୍କ ସହ ଯୋଡ଼ି ହୋଇଥିଲେ।*
ନୂଆପଡା(ମିଖାଏଲ ନନ୍ଦ) ତା:୨୮.୦୮.
ନୂଆପଡ଼ା ନେସନାଲ କଲେଜ ସ୍ଥିତ ସମ୍ମିଳନୀ କକ୍ଷ ପରିସର ମଧ୍ୟରେ ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ଖେଲୋ ଇଣ୍ଡିଆ ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି।ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଯୁବାଶକ୍ତିଙ୍କ ସହ ଯୋଗ ଦେଇଥିଲେ। ଖେଳ ବଜେଟ ରେ ୨୭୦% ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ମେଜର ଧ୍ୟାନଞ୍ଚନ ଙ୍କୁ ମନେପକାଇବା ସହ ଯୁବାଶକ୍ତି ସଶକ୍ତ ଏବଂ ନିଶା ମୁକ୍ତ ହେବାକୁ ଆହ୍ୱାନ କରିଥିଲେ। ନୂଆପଡ଼ା ନେସନାଲ କଲେଜ ପରିସର ରେ ଚାଲିଥିବା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଓଡ଼ିଶା କ୍ରିକେଟ ଏସୋସିଏସନ୍ ଉପସଭାପତି ଭୈରବ ସାହୁ ଆଜି ଯୋଗ ଦେଇଥିବା ବେଳେ କଲେଜ ଅଧ୍ୟକ୍ଷ ହିତେଶ କୁମାର ସାହୁ, ଜିଲ୍ଲା ଯୁବା ଅଧିକାରୀ ଅଙ୍କିତ ଶର୍ମା, ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ବଢ଼େଇ, କଲେଜ କ୍ରୀଡ଼ା ଅଧ୍ୟାପକ ପ୍ରକାଶ କୁମାର ସାହୁ, ପ୍ରମୁଖ ଯୋଗ ଦେଇଥିଲେ। ଚତ୍ର ଛାତ୍ରୀ ମାନେ ସାମିଲ ହୋଇ ଯିବ ବର୍ଗଙ୍କୁ ଖେଳିବା ପାଇଁ ଆହ୍ୱାନ କରି ଦେଶର ପ୍ରଧାନମନ୍ତ୍ରୀ ଯୁବକ ପାଇଁ ଚିନ୍ତା କରିବାକୁ ଦେଶ ନିଶ୍ଚିତ ବିକଶିତ ହେବ ବୋଲି ମତବ୍ୟକ୍ତ କରିଥିଲେ। ଆଲମ୍ପିକରେ ଖେଳାଯାଉଥିବା ଖେଳ ରେ ଭାରତ ଅଧା ଖେଳରେ ଅଂଶ ଗ୍ରହଣ କରି ନ ଥିଲେ। ଭାରତ ମେଡାଲ ସଂଖ୍ୟା ବୃଦ୍ଧି ପାଇ ଖେଳ ରେ ଭାଗିଦାରିତା ବୃଦ୍ଧି କରିବାକୁ ଆହ୍ୱାନ କରିଥିଲେ। ୨୦୩୬ ଅଲିମ୍ପିକ୍ ରେ ଭାଗ ନେବାକୁ ପ୍ରସ୍ତୁତି କରିବା ପାଇଁ ଆଜି ଠାରୁ ଖେଳାଳି ପ୍ରସ୍ତୁତି କରିବା ପାଇଁ ନିର୍ଦ୍ଧେଶ ଦେଇଥିଲେ।ଖେଳାଳି ଙ୍କୁ ଚୟନ କରି ଖେଳାଳିଙ୍କୁ ତାଲିମ ଦେବାକୁ ସରକାର ପ୍ରସ୍ତୁତ ଅଛି ବୋଲି କହିଥିଲେ।ଖେଳ ଆମକୁ ଏକ ବହୁତ୍ ଦୃଢ଼ ପ୍ରତିଯୋଗୀ ପ୍ରସ୍ତୁତି କରିଥାଏ।
