*ନୂଆପଡ଼ା ଜିଲ୍ଲା ସୀମାନ୍ତ ସହର ଖରୀଆର ରୋଡ କୁ ସୌନ୍ଦଯ୍ୟ କରଣ ପାଇ ଜବର୍ ଦାଖଲ ଉଚ୍ଛେଦ ଅବ୍ୟାହତ, ନୂଆପଡ଼ା ବିଧାୟକ ଘର ସମ୍ମୁଖରେ ମଧ୍ୟ ଭଙ୍ଗା ରୁଜା, ବିକାଶ ରେ କୌଣସି ବାଧା ଉପୁଜିବ ନାହିଁ ବୋଲି ପ୍ରକାଶ*
ନୂଆପଡା(ମିଖାଏଲ ନନ୍ଦ) ତା:୨୭.୦୮.
ନୂଆପଡ଼ା ଜିଲ୍ଲା ଓଡ଼ିଶା ସୀମାନ୍ତ ସହର ଖରୀଆର ରୋଡ ରେ ଜାତୀୟ ରାଜପଥ ୩୫୩ ନମ୍ବର ଅତିକ୍ରମ କରିଛି। ୩୫୩ ନମ୍ବର ଜାତୀୟ ରାଜପଥ ଦୀର୍ଘ ୪ କିଲୋମିଟର ଅତିକ୍ରମ କରିଥିବା ବେଳେ ଏହାର ଓସାରିକରଣ କାର୍ଯ୍ୟ ଚାଲୁ ରହିଛି। ଆଜି ଚତୁର୍ଥ ଦିନରେ ନୂଆପଡ଼ା ଜିଲ୍ଲା ପୂର୍ବତ୍ତନ ମନ୍ତ୍ରୀ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆ ଏବଂ ତାଙ୍କ ପୁଅ ନୂଆପଡ଼ା ବିଧାୟକ ଜୟ ଢୋଲକିଆ ଙ୍କ ଘର ସମ୍ମୁଖରେ ମଧ୍ୟ ଭଙ୍ଗା ରୁଜା ହୋଇଅଛି। ବିକାଶ ରେ କୌଣସି ବାଧା ଉପୁଜିବ ନାହିଁ ବୋଲି ବିଧାୟକ ଜୟ ଢୋଲକିଆ ପ୍ରକାଶ କରିଛନ୍ତି। ସାମୂହିକ ସ୍ୱାର୍ଥ ଆଗରେ ସମସ୍ତଙ୍କୁ ଆଗେଇ ଆସିବା ସହ ବିକାଶ ଓ ବିକଶିତ, ଖରୀଆର ରୋଡ ଗଠନ ଆମେ ସଂକଳ୍ପ ବୋଲି କହିଥିଲେ।
