ହୃଦଘାତରେ ଗୋଲଖ ପଣ୍ଡାଙ୍କ ପରଲୋକ।
ରଘୁନାଥପୁର(ନି.ପ୍ର): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ତାରପୁର ଗ୍ରାମର ଜଣେ ସୁନାମଧନ୍ୟ ବ୍ୟକ୍ତି ଗୋଲଖ ବିହାରୀ ପଣ୍ଡା(୭୪) ହୃଦଘାତରେ ମୃତ୍ୟୁ ଘଟିଛି। ସେ ଏକାଧାରରେ ଜଣେ ମିଷ୍ଟଭାଷୀ, ପରୋପକାରୀ, ଧର୍ମପରାୟଣ ଓ ବନ୍ଧୁ ପ୍ରିୟ ବ୍ୟକ୍ତି ଭାବେ ବେଶ୍ ପରିଚିତ ଥିଲେ। ତାଙ୍କର ମୃତ୍ୟୁ ଖବର ପାଇ ଆଖପାଖ ଅଞ୍ଚଳର ବହୁ ବଦାନ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଥିଲେ। ମୃତ୍ୟୁ ସଜ୍ୟା ନିକଟରେ ତାଙ୍କ ପୁଅ, ବୋହୂ, ନାତି, ନାତୁଣୀ ଓ ସମସ୍ତ ବନ୍ଧୁ ବାନ୍ଧବ ମାନେ ଉପସ୍ଥିତ ଥିଲେ।ଗ୍ରାମ ଶ୍ମସାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିବା ବେଳେ ବଡ଼ ପୁଅ ଲୁଲୁ ପଣ୍ଡା ମୁଖାଗ୍ନି ଦେଇଥିଲେ।
