ପାଟଣା ଶିଶୁ ମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ ପାଳନ .
ପାଟଣା ମୁଖ୍ୟାଳୟ ସ୍ଥିତ ସ୍ୱରସ୍ବତୀ ଶିଶୁବିଦ୍ୟାମନ୍ଦିର ରକ୍ଷାବନ୍ଧନ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରିୟ ସ୍ୱୟଂସେବକ ର କାର୍ଯ୍ୟକର୍ତ୍ତା ତଥା ଓଡ଼ିଶା କୃଷକ ମୋଚାର ସଭାପତି ଶ୍ରୀମାନ ପ୍ରଦୀପ କୁମାର ମହାନ୍ତ ଶିଶୁ ଭାଇ ଭଉଣୀମାନଙ୍କୁ ରକ୍ଷାବନ୍ଧନର ମହତ୍ତ୍ଵ ସୁନ୍ଦର ଭାବରେ ଉପସ୍ଥାପନ କରିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ପାଲା ଗାୟକ ଶ୍ରୀଯୁକ୍ତ ସରୋଜ କୁମାର ବେହେରା ଅତି ସୁନ୍ଦର ଭାବରେ ପ୍ରଭୁ ବଳଭଦ୍ର ଙ୍କ ଜନ୍ମଜୟନ୍ତୀ ତଥା ରକ୍ଷାବନ୍ଧନ ର ମହତ୍ତ୍ଵ ବିଷୟରେକଥା ରଖିଥିଲେ । ପ୍ରଧାନ ଆଚାର୍ଯଶ୍ରୀଯୁକ୍ତ ଗଣେଶ୍ଵର କର ଅତିଥିଙ୍କ ପରିଚୟ ତଥା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ ଗୋପୂଜନ ଓ ବୃକ୍ଷ ପୂଜନ କାର୍ଯକ୍ରମ ହୋଇଥିଲା। ଶେଷରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟଶ୍ରୀଯୁକ୍ତ ହଳଧର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମା ତଥାସେବକ ସେବିକା କାର୍ଯ୍ୟକ୍ରମକୁ ସୂଚାରୁରୂପେ ପାଳନ କରିଥିଲେ ।
