ବେଲଗୁଣ୍ଠା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ରକ୍ଷା ବନ୍ଧନ ଓ ଗୋ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ।
ବେଲଗୁଣ୍ଠା -୨୭/୦୮ (ପ୍ରଫୁଲ୍ଲ କୁମାର ମହାରଣା )ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ରକ୍ଷା ବନ୍ଧନ ସହ ଗୋପୂଜନ ଉତ୍ସବ ପାଳିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଶ୍ରୀ ପ୍ରଦ୍ୟୁନ କୁମାର ପାତ୍ର ପ୍ରେସ କମିଟିର ସଭାପତି,ସମ୍ପାଦକ ଶ୍ରୀ ଅଶ୍ୱିନୀ ମହାନ୍ତି, କାଉସିଲର ଏସ ଭାସ୍କର ପାତ୍ର, ପାକ୍ତନ ଉପନଗର ପାଳ ଶ୍ରୀ ପ୍ରଶାନ୍ତ କୁମାର ସାହୁ,ସାମ୍ବାଦିକ ଶ୍ରୀ ଅଶ୍ୱିନୀ କୁମାର ମହାନ୍ତି, ସମାଜ ସେବୀ ଶ୍ରୀ କାଶୀନାଥ ସାହୁ, ଯୋଗଦେଇଥିବାବେଳେ ସଭାପତି ଶ୍ରୀ ବିଜୟ କୁମାର ସ୍ୱାଇଁ,ଉପଦେଷ୍ଟା ଶ୍ରୀ ରବୀନ୍ଦ୍ର ନାଥ ରଥ,ସମ୍ପାଦକ ଶ୍ରୀ ପବିତ୍ର ସାହୁ,ଯୁଗ୍ମ ସମ୍ପାଦକ ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର,କୋଷାଧକ୍ଷ ଶ୍ରୀ ଚୀନ୍ ରବୀନ୍ଦ୍ର ନାଥ ସୁବୁଦ୍ଧି ଯୋଗଦେଇଥିଲେ।ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସନ୍ତୋଷ କୁମାର ବିଷୋୟୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଅତିଥି ମାନେ ରକ୍ଷା ବନ୍ଧନ ର ମହତ୍ୱ ବିଷୟରେ ଶିଶୁ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ।ବିଦ୍ୟାଳୟରେ ପ୍ରତିବର୍ଷ ଭଳି ଏଥର ମଧ୍ୟ ଅତିଥି ମାନଙ୍କ ଦ୍ଵାରା ରକ୍ଷା ବନ୍ଧନ,ଗୋ ପୂଜନ ,ବୃକ୍ଷ ପୂଜନ କାର୍ଯ୍ୟକ୍ରମ କରାଯାଇଥିଲା , ବିଦ୍ୟାଳୟ ର ଗୁରୁଜୀ, ଗୁରୁମା ମାନଙ୍କ ଦ୍ଵାରା ସୁତୁ ମୁସର ଗ୍ରାମ, ଥାନା,ବ୍ୟାଙ୍କ୍, ଡାକ୍ତର ଖାନ,ଆଦି ବିଭିନ୍ନ ସ୍ଥାନରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ଶିଶୁମାନଙ୍କ ମଧ୍ୟରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା। ଏବଂ ଶିଶୁ ମାନଙ୍କୁ ମିଷ୍ଟାନ ବଣ୍ଟନ କରାଯାଇଥିଲା।ଶେଷରେ ବିଦ୍ୟାଳୟ ର ସମ୍ପାଦକ ଶ୍ରୀ ପବିତ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
