ରାଖୀ ପୂର୍ଣ୍ଣିମାରେ ମହାଦେବ ସେନାର ଅନ୍ନପ୍ରସାଦ ବଣ୍ଟନ
ରିପୋର୍ଟ ମନୋଜ ରାଉତ
ତାଳଚେର:୨୭.୮.୨୬(ନିପ୍ର)ରାଖୀ ପୂର୍ଣ୍ଣିମା ଉପଲକ୍ଷେ ନାତିଡ଼ି ଗ୍ରାମରେ ମହାଦେବ ସେନା ପକ୍ଷରୁ ଏକ ଅନ୍ନପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ଭାଇଚାରା, ମାନବିକତା, ସେବା ଓ ସାମାଜିକ ସମ୍ପ୍ରୀତିର ବାର୍ତ୍ତା ନେଇ ଏହି ସେବା କାର୍ଯ୍ୟକ୍ରମ କରାଯାଇଥିଲା।
କାର୍ଯ୍ୟକ୍ରମରେ ମହାଦେବ ସେନାର ସଭାପତି ହିରେନ ଗଡ଼ନାୟକଙ୍କ ସମେତ ରକ୍ ବିକାଶ, ସନ୍ଦୀପ ଗଡ଼ନାୟକ, ସୁବୋଧ ଗଡ଼ନାୟକ, ରଞ୍ଜନ ଗଡ଼ନାୟକ, ଅନିଲ ଗଡ଼ନାୟକ, ଶୁଭମ୍ ଗଡ଼ନାୟକ, ଚିତ୍ତରଞ୍ଜନ ସାହୁ, ପ୍ରଭାତ ଦାଣ୍ଡିଆ, ଶିବାଜୀ ଦାଣ୍ଡିଆ ଓ ସୁବାସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନର ପ୍ରତିଷ୍ଠାତା ସରୋଜ କୁମାର ସାହୁ ଓ ସଦସ୍ୟ ଅକ୍ଷୟ କୁମାର ଦେବତାଙ୍କୁ ବିଶେଷ ଭାବେ ଆମନ୍ତ୍ରଣ କରାଯାଇଥିଲା। ଆମନ୍ତ୍ରଣକୁ ଗ୍ରହଣ କରି ସରୋଜ କୁମାର ସାହୁ କାର୍ଯ୍ୟକ୍ରମରେ ଯୋଗଦେଇ ଅନ୍ନପ୍ରସାଦ ବଣ୍ଟନରେ ସହଯୋଗ କରିଥିଲେ।
ମହାଦେବ ସେନାର ସଦସ୍ୟ ଓ ସେବାଭାବୀମାନେ ଉପସ୍ଥିତ ରହି ଭକ୍ତ ଏବଂ ଗ୍ରାମବାସୀଙ୍କୁ ଅନ୍ନପ୍ରସାଦ ବଣ୍ଟନ କରିଥିଲେ। ପବିତ୍ର ରାଖୀ ପୂର୍ଣ୍ଣିମା ଦିନରେ ଏଭଳି ସେବା କାର୍ଯ୍ୟ ଭାଇଚାରା, ମାନବିକତା ଓ ସାମାଜିକ ସମ୍ପ୍ରୀତିକୁ ଆହୁରି ମଜବୁତ କରିଥାଏ ବୋଲି ଉପସ୍ଥିତ ଲୋକମାନେ ମତ ପ୍ରକାଶ କରିଥିଲେ।
ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନର ପ୍ରତିଷ୍ଠାତା ସରୋଜ କୁମାର ସାହୁ କହିଥିଲେ ଯେ, ସମାଜରେ ସେବା ଓ ସହଯୋଗର ଭାବନାକୁ ଆହୁରି ବ୍ୟାପକ କରିବା ଆମ ସମସ୍ତଙ୍କ ଦାୟିତ୍ୱ। ପବିତ୍ର ପର୍ବରେ ଲୋକଙ୍କ ସହ ରହି ସେବା କରିବାର ସୁଯୋଗ ମିଳିଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ।
