ନୀଳଚକ୍ର କ୍ଲବ ଆନୁକୂଲ୍ୟରେ ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ।
Place କେସିଙ୍ଗା ତା 27.08.26
(ଲାୟନ୍ର ରମେଶ ଅଗ୍ରୱାଲ.:ନିପ୍ର)
କେସିଙ୍ଗା ଏନ୍ ଏ ସି ଅନ୍ତର୍ଗତ ଏକ ଓ ଦୁଇ ନମ୍ବର ୱାର୍ଡ ର ଜନସାଧାରଣ ଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି । ବଗାଡ ର ପ୍ରତିଷ୍ଠିତ ଅନୁଷ୍ଠାନ ନୀଳଚକ୍ର କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ସ୍ୱାସ୍ଥ୍ୟ ସଚେତନତା ଶିବିର କୁ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ମେଡିକାଲ ଅଫିସର୍ ଆର୍ ଏନ୍ ଖଟୁଆ ଉଦ୍ଘାଟିତ କରିଥିବା ବେଳେ , ଡକ୍ଟର ଝସକେତନ ସାହୁ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ।ବଗାଡ କେସିଙ୍ଗା ଏନ୍ ଏ ସି ରେ ରହିଥିଲେ ମଧ୍ୟ ଏକ ଗାଁ ପରିବେଶ ଭଳି ରହିଥିବା ବେଳେ ଏଭଳି ସ୍ୱାସ୍ଥ୍ୟ ଶିବିର ର ଆବଶ୍ୟକତା
ରହିଥିଲା ।ଏହାକୁ ଆଖି ଆଗରେ ରହି କ୍ଲବ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା ଶିବିର ଆୟୋଜନ କରାଯାଇଥିବା କହିଛନ୍ତି କ୍ଲବ ର ସଭାପତି ଧନୁ ଭୋଇ । ଅନ୍ୟମାନଙ୍କ ମଧ୍ୟରେ କ୍ଲବ ର ଗଙ୍ଗାଧର ବେହେରା , ରୁପିନ୍ ସାହୁ ,ଧରଣୀ ନାଏକ ,ରଞ୍ଜିତ୍ ସେଠ୍ ,ଚିତ୍ର ସେନ ନାଏକ ,ଗୌତମ ଛତର ,ବିଜମଲ୍ ସାହୁ ଙ୍କ ସମେତ କ୍ଲବ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।
କେସିଙ୍ଗା ରୁ ପ୍ରୀତେଶ ପଟେଲ ଙ୍କ ରିପୋର୍ଟ ସବୁଦିନ ଟିଭି
