ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବ୍ରଜବିହାର ଠାରେ ୨୦୨୬ ପବିତ୍ର ରକ୍ଷା ବନ୍ଧନ ଓ ଗଙ୍ଗାଧର ମେହେର ଜୟନ୍ତି। କାର୍ଯ୍ୟକ୍ରମ
(ଲାୟନ୍ର ରମେଶ ଅଗ୍ରୱାଲ.:ନିପ୍ର)
ଭବାନୀପାଟଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବ୍ରଜବିହାର ଠାରେ ଆଜି ତା ୨୭. ୮ ୨୦୨୬ ପାଳନ କରିଛି ପବିତ୍ର ରକ୍ଷା ବନ୍ଧନ ଓ ଗଙ୍ଗାଧର ମେହେର ଜୟନ୍ତି। କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା ପ୍ରଧାନଆଚାର୍ଯ୍ୟ ଶ୍ରୀ ମନୋଜ କୁମାର ମୁଣ୍ଡଙ୍କ ତତ୍ୱାବଧାନରେ। ମୁଖ୍ୟ ଅତିଥି ଥିଲେ ଶ୍ରୀ ଗଜେନ୍ଦ୍ର ଡାକୁଆ, ସମ୍ମାନିତ ଅତିଥି ଥିଲେ ଶ୍ରୀ ଲାୟନ୍ର ରମେଶ ଅଗ୍ରୱାଲ. ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ବ୍ରଜଶିଳ୍ପୀ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ବନଶ୍ରୀ ଦାଶ ଓ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ଶ୍ରୀ ମନୋଜ କୁମାର ନାୟକ। ଅତିଥିଙ୍କ ବକ୍ତବ୍ୟ ଆଜିର ଦିନକୁ ନେଇ ଚମତ୍କାର ଥିଲା। ଭାରତୀୟ ପରମ୍ପରା ଓ ସଂସ୍କୃତି କୁ ନେଇ ଅଧ୍ୟକ୍ଷୀୟ ଅଭିଭାଷଣ ଦେଇଥିଲେ ପ୍ରଧାନଆଚାର୍ଯ୍ୟ.। କବି ଗଙ୍ଗାଧର ମେହେର ଙ୍କ ବିଷୟରେ ଅଭିଭାଷଣ ଦେଇଥିଲେ ଶ୍ରୀ ଗୋଦାବରୀଶ ମିଶ୍ର ଓ ରକ୍ଷା ବନ୍ଧନର ମହତ୍ତ୍ୱ କହିଥିଲେ ଶ୍ରୀମତୀ ଜ୍ୟୋତିର୍ମୟୀ ମହାପାତ୍ର।ଧନ୍ୟବାଦ ଦେଇଥିଲେ ରଶ୍ମି ମିଶ୍ର । କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ସମସ୍ତ ଗୁରୁଜୀ ଗୁରୁମା। ମିଷ୍ଟାନ୍ନ ବଣ୍ଟନ ପରେ କାର୍ଯ୍ୟକ୍ରମକୁ ପରିସମାପ୍ତମାପ୍ତ କରାଗଲା।
