ଅସହାୟ ପରିବାରକୁ ସାହାଯ୍ୟର ହାତ ବଢ଼ାଇଲେ ସମାଜସେବୀ ଅଭିମନ୍ୟୁ ସାହୁ
ଅନୁଗୋଳ: ଅର୍ଥ ଅଭାବରେ ଚିକିତ୍ସା ପାଇଁ ସଂଘର୍ଷ କରୁଥିବା ଅନୁଗୋଳ ବଅଁରପାଳ ବ୍ଲକ ଖଣ୍ଡହତା ଗ୍ରାମର ଅଜିତ କୁମାର ବେହେରାଙ୍କ ୫ ବର୍ଷୀୟ ପୁଅ ଆରିୟନଙ୍କ ପାଇଁ ସହାୟତାର ହାତ ବଢ଼ାଇଛନ୍ତି ବନ୍ଦା ଗ୍ରାମର ସମାଜସେବୀ ଅଭିମନ୍ୟୁ ସାହୁ।
ରକ୍ତ କର୍କଟରେ ପୀଡ଼ିତ ଆରିୟନଙ୍କ ଚିକିତ୍ସାରେ ପରିବାରର ସମସ୍ତ ସମ୍ବଳ ଖର୍ଚ୍ଚ ହୋଇସାରିଥିବା ବେଳେ ଆଗାମୀ ଚିକିତ୍ସା ପାଇଁ ପ୍ରାୟ ୨୫ ଲକ୍ଷ ଟଙ୍କା ଆବଶ୍ୟକ ବୋଲି ପରିବାର ପକ୍ଷରୁ କୁହାଯାଇଛି। ଏଭଳି ସମୟରେ ଅଭିମନ୍ୟୁ ସାହୁ ପରିବାରକୁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା ସହ ଆଗାମୀ ଚିକିତ୍ସାରେ ମଧ୍ୟ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ଏହି ସମୟରେ ସରପଞ୍ଚ ଟଙ୍କଧର ବେହେରା, ଜିତେନ୍ଦ୍ର ବାରିକ, ସୁବାଷ ସାମଲଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ସମାଜସେବୀଙ୍କ ଏହି ମାନବିକ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।
ଆରିୟନଙ୍କ ଚିକିତ୍ସା ପାଇଁ ସହଯୋଗ କରିବାକୁ ଇଚ୍ଛୁକ ବଦାନ୍ୟ ବ୍ୟକ୍ତିମାନେ ପରିବାର ସହ ଯୋଗାଯୋଗ କରି ସହାୟତା କରିପାରିବେ। Ajit Kumar Behera, phone pay no,9556879807 , ଅନୁଗୋଳ ତାଳଚେର ରୁ ମନୋଜ ରାଉତ ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
