ବଳଭଦ୍ର ଜନ୍ମ ଉତ୍ସବ, ରକ୍ଷାବନ୍ଧନ ଓ ଗହ୍ମା ଡିଆଁ ପର୍ବ ପାଳନ।
ବ୍ରହ୍ମପୁର, ପବିତ୍ର ବଳଦେବଙ୍କ ଜନ୍ମ ଉତ୍ସବ, ରକ୍ଷାବନ୍ଧନ ଓ ଗହ୍ମା ପୂର୍ଣ୍ଣିମା ମହାସମାରୋହରେ ମାଳୁଆଣି ମନ୍ଦିର ନିକଟସ୍ଥ ମା ସରସ୍ବତୀ ଶିଶୁ ମନ୍ଦିର ପକ୍ଷରୁ ପାଳନ ହୋଇଥିଲା। ସାମ୍ବାଦିକ ତଥା ସମାଜସେବୀ ଅନିଲ କୁମାର ଚୌଧୁରୀଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗଞ୍ଜାମ. ଗଜପତି ଦଳପତି କେନ୍ଦ୍ରୀୟ କମିଟି ର କାର୍ଯ୍ୟକାରୀ ସଭାପତି ପୂର୍ବତନ ବ୍ରହ୍ମପୁର ବିଧାୟକ ଶିବଶଙ୍କର ସାହାଣୀ
ଉପସଭାପତି. ସନ୍ତୋଷ କୁମାର ମହାନ୍ତି
ସଙ୍ଘଠନ ସମ୍ପାଦକ କମଳ କୁମାର ପାତ୍ର,
କୁନା କୁମାର ବିଷୋୟୀ
ସମ୍ପାଦକ ରବି କୁମାର ସାହାଣୀ ,
ଜୀବନ କୁମାର ପାତ୍ର, ଦେବରାଜ କୋଠିଆ,ବଳଭଦ୍ର ଦଳେଇ
ସଙ୍ଗୀତା ମହାନ୍ତି
ରବି ମାଝୀ, ଅନ୍ୟତମ ବରିଷ୍ଠ ଅତିଥି ଭାବେ ଯୁବ ଆଇନଜୀବୀ ଗଞ୍ଜାମ ଜିଲ୍ଲା ବାର ଆସୋସିଏସନ୍ ର ପୂର୍ବ ସହ ସମ୍ପାଦକ ଅସିତ କୁମାର ସାବତ, ବିଦ୍ୟାଳୟର ପ୍ରତିଷ୍ଠାତା ତଥା ସାମ୍ବାଦିକ ରମେଶ ଚନ୍ଦ୍ର ବେହେରା,ଲଳିତ ମହାରଣା ଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା ପ୍ରଦିପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।
ଭଉଣୀ ନିଜର ସୁରକ୍ଷା କାମନା କରି ଭାଇ ଠାରୁ ପିନ୍ଧି ଥାଏ ରକ୍ଷା ର ସୂତ୍ର ରକ୍ଷାବନ୍ଧନ। ସେହିପରି ଚାଷୀ ମାନେ ନିଜର କୃଷି କର୍ମ ସମ୍ପନ୍ନ କରି ହଳଲଙ୍ଗଳ ଓ ସମସ୍ତ କୃଷି. ସରଞ୍ଜାମ କୁ ଧୂଆପୁଛା କରି ଆଜିର ଦିନରେ ପୂଜାର୍ଚ୍ଚନା କରିଥାନ୍ତି। ତେଣୁ କେହି କେହି ଏହାକୁ ମଧ୍ୟ ଲଙ୍ଗଳ ଧୁଆ ପୂର୍ଣ୍ଣିମା କହିଥାନ୍ତି ।ଆଜି ବଳଦେବଙ୍କୁ ପୂଜାର୍ଚ୍ଚନା କରି ଗାଇଗୋବରା ନାମକ ଗଛକୁ ପୂଜା କରାଯାଇଥାଏ।ଏହି ଗାଇଗଵରା କୁ ଅକ୍ଲାନ୍ତ କୃଷି କର୍ମ କରି ଥକି ଯାଇ ଓ କ୍ଲେଶ ଓ ପୀଡ଼ା ଅନୁଭବ କରୁଥିବା ଗାଇ ଵଳଦଙ୍କ ଦେହରେ ବାଜିଲେ ସମସ୍ତ କଷ୍ଟ ରୁ ଆରାମ ମିଳିଥାଏ। ପୂର୍ବେ ଗହ୍ମା ଡିଆଁ ଘରେ ଘରେ ପରିଚିତ ଥିଲା।ବହୁ ଆଡମ୍ବର ସହ ବିଭିନ୍ନ ଜିନିଷକୁ ଖୁଣ୍ଟ ରେ ବନ୍ଧା ଯାଏ।ଏକ ଉଚ୍ଚ ପାହାଚ ସଦୃଶ ମାଟିରେ ତିଆରି ଗହ୍ମା ତିଆରି କରାଯାଏ। ଦୂର ରୁ ଦଉଡି ଦଉଡି ଆସି ଗହ୍ମା ଡିଆଁ କରି ଉଚ୍ଚ ଦୂରରେ ବନ୍ଧା ଯାଇଥିବା ଖୁଣ୍ଟ ର ଜିନିଷ କୁ ସ୍ପର୍ଶ କରିବା ଲୋକଙ୍କୁ ବିଜୟୀ ଘୋଷଣା କରି ବାଣ ଵାଜଣା ଓ ପଟୁଆରରେ ଗ୍ରାମ ପରିକ୍ରମା କରାଯାଏ। ସେହି ପରମ୍ପରା ଯାହାକି ଆଜି ଦେଖିବାକୁ ମିଳେନାହିଁ।
କିନ୍ତୁ କାଳକ୍ରମେ ଏହି ପରମ୍ପରା ବନ୍ଦ ହେବାକୁ ବସିଲାଣି। ସେହି ପରମ୍ପରା କୁ ପୁନର୍ଜୀବିତ କରିବା ପାଇଁ ଓ ଆଗାମୀ ପିଢ଼ି ଙ୍କୁ ସେହି ମହାନ ପରମ୍ପରା ବିଷୟରେ ଅବଗତ କରାଇବା ପାଇଁ ଆଜି କୁନିକୁନି ପିଲାମାନଙ୍କୁ ନେଇ ଗହ୍ମା ଡିଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ମଧ୍ୟ ହୋଇଥିଲା। ସମସ୍ତଙ୍କୁ ଚନ୍ଦନ ତିଳକ କରି ଅକ୍ଷତ ପୁଷ୍ପ ସହ ବନ୍ଦାପନା କରାଯାଇ ରାକ୍ଷୀ ବନ୍ଧା ଯାଇଥିଲା ମିଠା ଖୁଆଇ ଭାଇ ଠାରୁ ଭଉଣୀ ସୁରକ୍ଷାର ନିର୍ଭର ପ୍ରତିଶ୍ରୁତି ପ୍ରାପ୍ତ କରିଥିଲେ। ଏବଂ ଛୋଟ ଛୋଟ ଛୁଆ ଙ୍କ ନେଇ ରକ୍ଷା ବନ୍ଧନ ଆଧାରିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ବେଶ ମନମୁଗ୍ଧକର ଥିଲା। ମା ସରସ୍ବତୀ ଶିଶୁ ମନ୍ଦିରର ଗୁରୁଜୀ ଗୁରୁମା ଓ ବହୁ ସ୍ଥାନୀୟ ବାସିନ୍ଦାଙ୍କ ଗହଣରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ ବେଶ ପ୍ରଶଂସା କରିଥିଲେ।
