ଅନୁଷ୍ଠିତ ହୋଇଗଲା ଗଞ୍ଜେଇ ଚାଷ ନିବାରଣ ଉପରେ ଜନସଚେତନତା କାର୍ଯ୍ୟକ୍ରମ।
କାଲିମେଳା – ୨୪/୦୮/୨୬
ରିପୋର୍ଟ – ସୁକୁମାର ମଣ୍ଡଳ।
କାଲିମେଳା ଥାନା ଆଇଆଇସି ଶ୍ରୀଯୁକ୍ତ ପ୍ରଭୁଦତ୍ତ ବିଶ୍ଵାଳଙ୍କ ତତ୍ତ୍ଵାବଧାନରେ କୁର୍ମାନୁର ଗ୍ରାମ ପଞ୍ଚାୟତରେ ଗଞ୍ଜେଇ ଚାଷ ନିବାରଣ ଉପରେ ଏକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଏସଡିପିଓ ମାଲକାନଗିରି, ଫରେଷ୍ଟ ରେଞ୍ଜର କାଲିମେଳା, ଫରେଷ୍ଟର ଚିତ୍ରକୋଣ୍ଡା, ସାହାଯ୍ୟକାରୀ କୂଷି ଅଧିକାରୀ ଚିତ୍ରକୋଣ୍ଡା, ଏବଂ କୁର୍ମାନୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ପିଆର ଆଇ ମେମ୍ବର ମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଜନସାଧାରଣ ଏବଂ ସରକାରୀ କର୍ମଚାରୀ ମାନେ ଗଞ୍ଜେଇ ଚାଷର ଅସୁବିଧା ଉପରେ ଆଲୋଚନା କରିଥିଲେ। ଆଲୋଚନା ପରେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଜନସାଧାରଣ ଗଞ୍ଜେଇ ଚାଷର କୁପରିଣାମ ସମ୍ପର୍କରେ ବୁଝି ପାରିଥିଲେ। ପାହାଡ଼ିଆ ଅଞ୍ଚଳରେ କିପରି ଭାବରେ ଗଞ୍ଜେଇ ଚାଷ ପରିବର୍ତ୍ତେ ଧାନ, ସୁନା, ରାଶି, ବାଜରା ଇତ୍ୟାଦି ଚାଷ କରି ଲାଭବାନ ହୋଇପାରିବେ ତାହା ସରକାରୀ କର୍ମଚାରୀ ମାନେ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ଏହାଛଡ଼ା ମିଶ୍ରିତ ଚାଷ ଓ ଏହାର ଉପକାରିତା ବିଷୟରେ ମଧ୍ୟ ସରକାରୀ କର୍ମଚାରୀ ମାନେ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ଶେଷରେ ଏକ ନିଶାମୁକ୍ତ ସମାଜ ଗଠନ କରିବା ପାଇଁ ସମସ୍ତେ ଶପଥ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସମସ୍ତେ ମଧ୍ୟାହ୍ନ ଭୋଜନ ଗ୍ରହଣ କରିଥିଲେ। ଏହି ଭଳି ସମାଜ ମଙ୍ଗଳ କାର୍ଯ୍ୟକ୍ରମ ଯୋଗୁଁ କାଲିମେଳା ଥାନା ଆଇଆଇସି ଶ୍ରୀଯୁକ୍ତ ପ୍ରଭୁଦତ୍ତ ବିଶ୍ଵାଳଙ୍କ ସହିତ ତାଙ୍କର କର୍ମଚାରୀ ମାନେ ମଧ୍ୟ ଜନମାନସରେ ପ୍ରଶଂସିତ ହୋଇପାରିଛନ୍ତି।
