*ହାତୀ ଓ ମଣିଷ ଲଢେଇରେ ହାତୀର ମୃତ ପ୍ରଶାସନ ସୋଇଛି* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )ଗଁନ୍ଦିଆ ବ୍ଲକ ଷଡ଼ଙ୍ଗୀ ବନଖଣ୍ଡ ରେଞ୍ଜର ଅଧିନରେ ବେଗା ପଞ୍ଚାୟତ ଶ୍ରୀମନ୍ତପୁର ଗ୍ରାମର ଧାନ ବିଲରେ ଏକ ମାଈ ହାତୀର ମୃତ ଦେହ ପଡିଥିବାର ଦେଖିବାକୁ ମିଳିଛି, ପାଖରେ ଏକ ସୋଲାର ବିଦ୍ୟୁତ ତାର ଯାଇଛି,ବିଦୁତ ସସ୍ପର୍ଶ ରେ ଆସି ହାତୀର ମୃତୁ ହୋଇଥିବାର ସନ୍ଦେହ କରାଯାଉଛି, ଗୋଟିଏ ପଟେ ବନ୍ୟପ୍ରାଣୀ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ସଚେତନତା ଓ ଅନ୍ୟ ପଟେ ଗ୍ରାଉଡ଼ ଜିରୋରେ ବେଆଇନ ବିଦ୍ୟୁତ ତାରରେ ଆଖି ବୁଜୁଛି ନିରୀହ ହାତୀ l ଏଥିରୁ ଜଣା ପଡୁଛି ଆମେ କେବଳ କାଗଜପତ୍ର ଓ ଦିବସ ପାଳନରେ ସୀମିତ l ହାତୀର ମୃତ ଖବର ଶୁଣି ବନବିଭାଗ ଅଧିକାରୀ ଓ କର୍ମଚାରୀ ଘଟଣା ସ୍ଥାନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି, ପ୍ରତି ଦିନ ବନ୍ୟପ୍ରାଣୀ ମରୁଛନ୍ତି ପ୍ରଶାସନ କେବେ ଜାଗ୍ରତ ହେବ, ବନବିଭାଗ ଓ ବିଦ୍ୟୁତ ବିଭାଗର ଅବହେଳାପାଇଁ ଏସବୁ ଘଟୁଛି ଏମାନଙ୍କ ପାଇଁ ନିରୀହ ବନ୍ୟଜନ୍ତୁ ବଳିପଡ଼ୁଛନ୍ତି, ଅଞ୍ଚଳ ବାସୀଙ୍କ କହିବା କଥା ହାତୀର ମୃତ ଯଦି ବିଦ୍ୟୁତ ଆଘାତରେ ହୋଇଥାଏ, ତୁରନ୍ତ ଦୋଷୀକୁ ଧରାଯାଉ l
