*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ହୋଇ ଅବସ୍ଥା ଅଙ୍କଟାପର୍ଣ୍ଣ ହେବା ପରେ ଖଡ଼ିଆଳ ମିଶନ ରେ ଚିକିତ୍ସାଧିନ ଜଣେ ମହିଳା ଙ୍କୁ ଦୁଇ ୟୁନିଟ୍ ରକ୍ତ ଦାନ କଲେ ଦୁଇ ଯୁବ ସ୍ୱେଚ୍ଛାସେବୀ*
ନୂଆପଡା(ମିଖାଏଲ ନନ୍ଦ)
ତା:୨୪.୦୮
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ହୋଇ ଅବସ୍ଥା ଅଙ୍କଟାପର୍ଣ୍ଣ ହେବା ପରେ ଖଡ଼ିଆଳ ମିଶନ ହସ୍ପିଟାଲରେ ରେ ଚିକିତ୍ସାଧିନ ଜଣେ ମହିଳା ଙ୍କୁ ଦୁଇ ୟୁନିଟ୍ ରକ୍ତ ଦାନ କଲେ ଦୁଇ ଯୁବ ସ୍ୱେଚ୍ଛାସେବୀ। କରଙ୍ଗାମାଲ ଗ୍ରାମର ଦୁର୍ମିଲା କାଣ୍ଡ ଙ୍କୁ ଖଡ଼ିଆଳ ନିବାସୀ ହରପ୍ରିତ ସିଂ ଖଣ୍ଡୁଜା ଏବଂ ବରଗାଁ ନିବାସୀ ରୁନା ପଣ୍ଡା ନାମକ ଦୁଇ ସ୍ୱେଚ୍ଛାସେବୀ ‘ଏ’ ପାଜିଟିଭ (A+ve)ରକ୍ତଦାନ କରି ମହାନତା ର ପରିଚୟ ଦେଇଛନ୍ତି। ତାଙ୍କ ସହାୟତା ନିଶ୍ଚିତ ରୂପେ ଆବଶ୍ୟକ ଥିବା ମହିଳାଙ୍କ ଜୀବନ ରକ୍ଷା ରେ ଅନେକ ସହାୟକ ହୋଇଅଛି। ପରିବାର ଲୋକେ ଦୁଇ ଜଣ ଙ୍କୁ କୃତଜ୍ଞତା ଜଣାଇଛନ୍ତି।
