*ଓଡ଼ିଶା ବ୍ରିଗେଡ୍ ସ୍କୁଲରେ ଜାତୀୟ ମହାକାଶ ଦିବସ ପାଳିତ*
_________________
ସାରସକଣା, (୨୩/୮/୨୬):(ନି.ପ୍ର):
ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଝାରପୋଖରିଆ ଠାରେ ଅବସ୍ଥିତ ଏହି ଶିକ୍ଷାନୁଷ୍ଠାନ ଗ୍ରାମାଞ୍ଚଳ ଓ ଆଖପାଖ ଅଞ୍ଚଳର ଛାତ୍ରଛାତ୍ରୀ ମାନଙ୍କୁ ଗୁଣାମୂକ ଶିକ୍ଷା ପ୍ରଦାନ କରିବାରେ ଏକ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି ।ଏହି ବିଦ୍ୟାଳୟରେ ଅଦ୍ଭିଜ୍ଞ ଓ ନିଷ୍ଠାପର ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କ ଦ୍ଵାରା ପାଠ ପଢ଼ା ପରିଚାଳିତ ହୋଇଥାଏ,ଯାହା ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶରେ ସାହାଯ୍ୟ କରିଥାଏ । ଖେଳକୁଦ, ସାଂସ୍କୃତିକ କାର୍ଯ୍ୟକ୍ରମ, ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ପିଲାମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ବିଶେଷ ଧ୍ୟାନ ଦିଆଯାଇଥାଏ ।ସେହି ପରି ପ୍ରେକ୍ଷୀରେ ଆଜି ବିଦ୍ୟାଳୟରେ ଶିକ୍ଷକ ଶ୍ରୀଯୁକ୍ତ ରଜତ କୁମାର ବସା ଙ୍କ ତତ୍ୱାବଧାନ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମିଳିତ ସହଯୋଗ ରେ ଓଡ଼ିଶା ବ୍ରିଗେଡ୍ ସ୍କୁଲରେ ଜାତୀୟ ମହାକାଶ ଦିବସ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଥିଲା। ଉକ୍ତ ଉତ୍ସବରେ ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ବସନ୍ତ କୁମାର ସେଠୀ, ସମ୍ପାଦକ ଶ୍ରୀଯୁକ୍ତ ସାଇକୃପା ଜେନା, ଯୁଗ୍ମ ସମ୍ପାଦିକା ଶ୍ରୀମତୀ ଦୀପିକା ଦାସ , ବିଦ୍ୟାଳୟ ମ୍ୟାନେଜିଂ କମିଟି ର ସଦସ୍ୟ ଶ୍ରୀମତୀ ମିନତି ସେଠୀ , ବିଦ୍ୟାଳୟ ଉପଦେଷ୍ଟା କମିଟି ର ସଦସ୍ୟ ଶ୍ରୀଯୁକ୍ତ ପ୍ରକାଶ ରଞ୍ଜନ ଦାସ ପ୍ରମୁଖ ଯୋଗ ଦେଇ ଥିଲେ।ପ୍ରାର୍ଥନା ପରେ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ମିତାଞ୍ଜଳି ଶାସମଲ ସ୍ୱାଗତ ଅଭିଭାଷଣ ଦେଇଥିଲେ। ବିଦ୍ୟାଳୟ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ଶ୍ରୀଯୁକ୍ତ ପ୍ରକାଶ ରଞ୍ଜନ ଦାସ ଦୀପ ପ୍ରଜ୍ୱଳନ କରିଥିଲେ। ଯୁଗ୍ମ ସମ୍ପାଦିକା ଶ୍ରୀମତୀ ଦୀପିକା ଦାସ ଜାତୀୟ ମହାକାଶ ଦିବସର ମହତ୍ୱ ବିଷୟରେ ପିଲାମାନଙ୍କୁ ଅବଗତ କରାଇ ବିଜ୍ଞାନ ପ୍ରତି ପିଲା ମାନଙ୍କ ର ଆଗ୍ରହ ସୃଷ୍ଟି ନିମନ୍ତେ ଉତ୍ସାହିତ କରିଥିଲେ।
ଛାତ୍ରଛାତ୍ରୀମାନେ ନୃତ୍ୟ, ଭାଷଣ ପରିବେଷଣ କରିଥିଲେ ।ଉକ୍ତ ଦିନଟି ର ମୁଖ୍ୟ ଆକର୍ଷଣ ଥିଲା ଷାଣ୍ଡାର୍ଡ ୪ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଜାତୀୟ ମହାକାଶ ଦିବସ ଉପରେ
ବିଶେଷ ପ୍ରଦର୍ଶନ ।ସମ୍ପାଦକ ଶ୍ରୀଯୁକ୍ତ ସାଇକୃପା ଜେନା ଛାତ୍ରଛାତ୍ରୀଙ୍କୁ ମହାକାଶ ବିଜ୍ଞାନ ପ୍ରତି ଆଗ୍ରହୀ ହେବାକୁ ପ୍ରେରଣା ଦେଇଥିଲେ।
ପଞ୍ଚମ , ଷଷ୍ଠ ଏବଂ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାଷଣ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଶେଷରେ ଉପାଧ୍ୟକ୍ଷା ଶ୍ରୀମତୀ ପ୍ରକୃତି ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।
ସମଗ୍ର କାର୍ଯ୍ୟକ୍ରମଟି ଛାତ୍ରଛାତ୍ରୀଙ୍କ ମନରେ ମହାକାଶ ବିଜ୍ଞାନ ପ୍ରତି ନୂତନ ଉତ୍ସାହ ଓ ଆଗ୍ରହ ସୃଷ୍ଟି କରିଥିଲା।ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୂତ ଖବର ।
