
ବସ୍ତା (ସେଖ ଆଜାରୁଦ୍ଦିନ) : ଗତ କିଛି ଦିନ ହେବ ଲଘୁଚାପ ଜନିତ ବର୍ଷା ଫଳରେ ସଦର ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ପଞ୍ଚାୟତର ତଳିଆ ଅଞ୍ଚଳ ଗାଁ ଗୁଡିକ ପାଣି ନିଷ୍କାସନ ହୋଇନପାରି ଗାଁ ଦାଣ୍ଡରେ ଘଣ୍ଟା ଘଣ୍ଟା ପାଣି ଠିଆ ହେବା ସହିତ ଘରମାନଙ୍କରେ ବର୍ଷା ପାଣି ପଶି ବହୁ କ୍ଷତି ହୋଇଥିବାର ଦେଖିବାକୁ ମିଳିଛି। ଫଳରେ ଶ୍ରୀରାମପୁର ପଞ୍ଚାୟତର ବାଇଗଣଡ଼ିହା ଗ୍ରାମର ନିତ୍ୟାନନ୍ଦ ବିଶ୍ଵାଳଙ୍କ ଘର ମାଟି କାନ୍ଥ ମୂଳରେ ବନ୍ୟା ପାଣି ଜମିବା ଫଳରେ ତାଙ୍କ ଘର ଗୋଟିଏ ପାଖ କାନ୍ଥ ସମ୍ପୂର୍ଣ୍ଣ ଭୁସିଡି ପଡ଼ିବା ଫଳରେ
ଶ୍ରୀ ବିଶ୍ଵାଳଙ୍କ ୩ ଜଣ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିଲେ।ଏ ସମ୍ପର୍କରେ ରୂପସା ଆର ଆଇ ଙ୍କ ପାଖକୁ ଯାଇ ଲିଖିତ ଅଭିଯୋଗ ପତ୍ର ଦେଇଥିଲେ। ତାଙ୍କୁ କୌଣସି ସହାୟତା ନକରି ଆର ଆଇ ତାଙ୍କୁ ଆର ବର୍ଷ ତୁମକୁ ପଲିଥିନ ଦିଆ ଯାଇଥିଲା କହିବା ସହ ତାଙ୍କୁ ଏ ଆଡୁ ସେଆଡୁ କହିବା ସହ ତୁମକୁ ଆଉ ପଲିଥିନ ଦିଆଯିବ ନାହିଁ। ଆମ ପାଖରେ ଷ୍ଟକ ନାହିଁ ତୁମେ ଉପର ଅଫିସରଙ୍କୁ ଯାଇ କୁହ।ତେବେ ଭଙ୍ଗା ଘରେ ନାହିଁ ନଥିବା ଅସୁବିଧାର ଜୀବନ ଯାପନ କରୁଥିବା ବେଳେ ଲିଖିତ ଅଭିଯୋଗ କରୁଥିଲେ ମଧ୍ୟ ତାଙ୍କ କଥାକୁ କେହି କର୍ଣ୍ଣପାତ କରୁ ନାହାଁନ୍ତି। ତେବେ ଶ୍ରୀ ବିଶ୍ଵାଳଙ୍କ ପରିବାର ଲୋକେ ଭଙ୍ଗା ଘରେ ବିପଦ ସଙ୍କୁଳ ଅବସ୍ଥାରେ ଜୀବନ ବିତାଉଛନ୍ତି। ଏପରିକି ଛିଟା ମାଟି ଘର ମାଟି କାନ୍ଥ ଭୁଶୁଡ଼ିବା ପଡ଼ିବା ସହ ଚାଳ ଛପର ନଷ୍ଟ ହେବା, ଘର ଚାରିପାଖେ ପାଣି ନିଷ୍କାସନ ହୋଇପାରୁ ନଥିବାରୁ ଘରେ ରାନ୍ଧିବା, ଖାଇବା ଓ ଶୋଇବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏନେଇ ଏକ ଲିଖିତ ଅଭିଯୋଗ ବାଲେଶ୍ଵର ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି। ତେବେ ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।