
ବସ୍ତା:- (ସେଖ ଆଜାରୁଦ୍ଦିନ) : ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ କଇନଗରି ପଞ୍ଚାୟତ ଭଗବାନ ଚନ୍ଦ୍ର ହାଇସ୍କୁଲ ର ୪୬ ତମ ଜନ୍ମ ବାର୍ଷିକ ଉତ୍ସବ ସଭାପତି ଚାରୁଚଂଦ୍ର ଶାସମଲ ଙ୍କ ସଭାପତିତ୍ବ ରେ ପାଳିତ ହୋଇଯାଇଅଛି। ଏଥିରେ ମୁଖ୍ଯ ଅତିଥି ଭାବେ ସୁବଳ ଚରଣ ମୈକାପ ଉପସ୍ଥିତ ହୋଇ ସ୍କୁଲ ଅନୁଷ୍ଠାନ ଗଢି ଉଠିବା ରେ ସହଯୋଗ କରିଥିବା ଅନୁଷ୍ଠାନ ପ୍ରେମିଙ୍କୁ ମନେ ପକାଇବା ନିମନ୍ତେ ଏହି ଉତ୍ସବ ର ମୁଖ୍ଯ ଉଦ୍ଦେଶ୍ଯ ରହିଛି ବୋଲି କହିଥିଲେ। ମୁଖ୍ଯ ବକ୍ତା ଭାବରେ ଉକ୍ତ ପଞ୍ଚାୟତ ର ସରପଞ୍ଚ ରାଧାବଲ୍ଲଭ ମଣ୍ତଳ ଉପସ୍ଥିତ ହୋଇ ସ୍କୁଲର ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ସମସ୍ତଙ୍କର ସହଯୋଗ ଆବଶ୍ଯକ ରହିଛିବୋଲି କହିବା ସହିତ ଶିକ୍ଷା ପ୍ରତି ଛାତ୍ର ଛାତ୍ରୀମାନେ ଧ୍ୟାନ ଦେବା ସହିତ ଶିକ୍ଷକ ଏବଂ ପିତା ମାତାଙ୍କୁ ଭକ୍ତି କରିବା ଉଚିତ ବୋଲି ବକ୍ତବ୍ଯ ମାଧ୍ୟମ ରେ କହିଥିଲେ। ସମ୍ମାନିତ ଅତିଥି ଭାବେ ବିଦ୍ୟାଧର ପରିଡା ପରିଡ଼ା, ଜଗେଶ୍ବର ପାଣିଗ୍ରାହୀ, ଲୋକନାଥ ମହାପାତ୍ର, ବିମଳ କୁମାର ସାନ୍ତରା, କୈଳାସ ଚନ୍ଦ୍ର ସାହୁ, ପିତାମ୍ବର ଦାସ, ରାଧାପଙ୍କଜ ମଣ୍ଡଳ ଉପସ୍ଥିତ ହୋଇ ନିଜ ନିଜର ବକ୍ତବ୍ଯ ପ୍ରଦାନ କରିଥିଲେ। ଏଥିରେ ଶିକ୍ଷକ ପ୍ରମୋଦ ବିହାରୀ ସାନ୍ତରା, କବିତା ପ୍ରଧାନ, ପୁଷ୍ପିତା ଜେନା, ଚିତ୍ତରଞ୍ଜନ ସାହୁ, ଜିତେନ୍ଦ୍ର ହାତି, ଜ୍ଞାନାନନ୍ଦ ପାଲ, କହ୍ନେଇ ଲେଙ୍କା, ଅଶିତ ଧଳ ପ୍ରମୁଖ ସହଯୋଗ କରିଥିଲେ। ପରିଶେଷର ରବିନ୍ଦ୍ର ଶାସମଲ ଧନ୍ୟବାଦ ଅର୍ପଣ କରିଥିଲେ ।