ଏକତରଫା ପ୍ରେମରୁ କରୁଣ ଚିତ୍ର: ପ୍ରେମିକ ଶିକ୍ଷକ କଟୁରି ଚୋଟରେ ଶିକ୍ଷୟତ୍ରୀ ଙ୍କ ପରିବାରର ୫ ସଦସ୍ୟ ଗୁରୁତର।
ସୋର/ଔପଦା (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ପାଇ ନ ପାଇବାର ଯେଉଁ ମଜା, ତାହା କେବଳ ଜଣେ ଏକତରଫା ପ୍ରେମୀ ହିଁ ଅନୁଭବ କରିପାରେ।”ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ଏକତରଫା ପ୍ରେମର ପାଗଳାମୀ। ପ୍ରେମରେ ପ୍ରତ୍ୟାଖ୍ୟାନ ହୋଇ ଜଣେ ଯୁବକ ନିଜର ପ୍ରେମିକାକୁ ମରଣାନ୍ତକ ଆକ୍ରମଣ କରିଥିବା ଭଳି ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଏହି ଅଭାବନୀୟ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଦେଖା ଦେଇଛି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଔପଦା ଅଞ୍ଚଳରେ। ଔପଦା ଥାନା ପାଟଣା ଗ୍ରାମର ଏକ ତରଫା ପ୍ରେମରୁ କରୁଣ ପତିସ୍ଥିତିର ଚିତ୍ର ସାମ୍ନାକୁ ଆସିଛି। ଜଣେ ଶିକ୍ଷକଙ୍କ କଟୁରି ଚୋଟରେ ଶିକ୍ଷୟିତ୍ରୀଙ୍କ ପରିବାରର ୫ ଜଣ ସଦସ୍ୟ ଗୁରୁତର ଆହତ ହୋଇ ସୋର ଏବଂ ବାଲେଶ୍ଵର ଡ଼ାକ୍ତରଖାନାରେ ଭର୍ତି ହୋଇଛନ୍ତି। ସୂଚନା ଅନୁସାରେ ଔପଦା ହାଇସ୍କୁଲରେ ପୃଥ୍ୱୀରାଜ କର ନାମକ ଜଣେ ଶିକ୍ଷକ ସେହି ସ୍କୁଲର ଶିକ୍ଷୟତ୍ରୀ ସୁଚିଷ୍ମିତା ସେଠୀ ଙ୍କୁ ଏକତରଫା ପ୍ରେମ କରୁଥିଲେ। ଉଲ୍ଲେଖଯୋଗ୍ୟ ଉକ୍ତ ଶିକ୍ଷକ ବାରମ୍ବାର ଶିକ୍ଷୟିତ୍ରୀ ଙ୍କୁ ହଇରାଣ କରିବାରୁ ଶିକ୍ଷକ ଙ୍କୁ ବର୍ଷେ ପୂର୍ବରୁ ଚାକିରି ରୁ ଛଟେଇ କରାଯାଇଥିଲା। ଶିକ୍ଷୟିତ୍ରୀଙ୍କ ପରିବାର ଲୋକେ ଏଥିରେ ରାଜି ନହେବାରୁ କିଛିଦିନ ହେବ ବିବାଦ ଲାଗିରହିଥିଲା । ଆଜି ଅପରାହ୍ଣରେ ସ୍କୁଲ ଛୁଟି ହେବା ପରେ ଶିକ୍ଷକ ଜଣଙ୍କ ଶିକ୍ଷୟିତ୍ରୀଙ୍କ ଘରେ ପହଂଚି ଏକ କଟୁରିରେ ଶିକ୍ଷୟିତ୍ରୀ ସୁଚିଶ୍ମିତା ସେଠିଙ୍କ ସମେତ ତାଙ୍କ ବାପା କୃଷ୍ଣଚନ୍ଦ୍ର ସେଠି,ମା ପ୍ରଭାସିନୀ ସେଠି, ଜେଜେବାପା ବାବାଜୀ ସେଠି ଓ ଭାଇ ଜ୍ୟୋତିର୍ମୟ ସେଠିଙ୍କୁ ଆକ୍ରମଣ କରିଥିଲେ। ଏଥିରେ ସମସ୍ତଙ୍କ ଅବସ୍ଥା ଗୁରୁତର ହେବାରୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ଔପଦା ପୁଲିସ ସମସ୍ତଙ୍କୁ ଉଦ୍ଧାର କରି ଖଇରା ,ଔପଦା ,ସୋର ଏବଂ ବାଲେଶ୍ଵର ଡାକ୍ତର ଖାନାରେ ଭର୍ତି କରିଥିଲେ। ଖବର ପାଇ ଔପଦା ପୁଲିସ ଉନ୍ମୁକ୍ତ କାଣ୍ଡ ଭିଆଇ ଥିବା ଶିକ୍ଷକଙ୍କୁ ଥାନାରେ ଅଟକ ରଖିବା ସହିତ ତାଙ୍କ ନିକଟରୁ କଟୁରୀ ଜବତ କରିଛି।
