80 ତମ ସ୍ବାଧିନତା ଦିବସ ମହାସମାରୋହରେ ପାଳିତ।
ବ୍ରହ୍ମପୁର, ଭାରତ ମାତା ର ସ୍ଵାଧୀନତା ର 80 ବର୍ଷ ମହା ଉଲ୍ଲାସ ଓ ରାଷ୍ଟ୍ର ଭକ୍ତି ସହ ମହାସମାରୋହରେ ପାଳିତ ହୋଇଯାଇଛି। ଦିଲ୍ଲୀ ରୁ ପଲ୍ଲୀ ଗାଁ ରୁ ସହର ଯେଉଁଠାରେ ଦେଖ ଉତ୍ସବ ମୁଖରିତ।ଜାତି ବର୍ଣ୍ଣ ଧର୍ମ ଦଳ ଓ ସମ୍ପ୍ରଦାୟ ନିର୍ବିଶେଷରେ ଆବାଳବୃଦ୍ଧ ବନିତା ପାଳନ କରୁଛନ୍ତି 80 ତମ ସ୍ବାଧିନତା ଦିବସ।ସେପରି ଗଞ୍ଜାମ ଜିଲ୍ଲା ସମେତ ବ୍ରହ୍ମପୁର ସହର ଓ ପୁରପଲ୍ଲୀରେ ପାଳିତ ହୋଇଛି ସ୍ଵାଧୀନତା ଦିବସ।ଏହି ଅବସରରେ ପ୍ରହଲ୍ଲାଦ ନଗର,ମାଳୁଆଣି ମନ୍ଦିର ନିକଟ ମା ସରସ୍ବତୀ ଶିଶୁ ମନ୍ଦିର ପରିସରରେ 80 ତମ ସ୍ବାଧିନତା ଦିବସ ମହାସମାରୋହରେ ପାଳିତ ସୋଇଯାଇଛି। ଅନିଲ କୁମାର ଚୌଧୁରୀଙ୍କ ସଭାପତିତ୍ବ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାନ ଏଣ୍ଡ ନିଲ ଫାଉଣ୍ଡେସନ ର ସଭାପତି ବରିଷ୍ଠ ସମାଜସେବୀ ପି ଧର୍ମା ରାଓ, ଗଞ୍ଜାମ ବାର ଆସୋସିଏସନ୍ ର ପୂର୍ବ ଯୁଗ୍ମ ସମ୍ପାଦକ ଯୁବ ଆଇନଜୀବୀ ଅସିତ କୁମାର ସାବତ, ସମାଜସେବୀ ବିଷ୍ଣୁ ପ୍ରସାଦ ତ୍ରିପାଠୀ, ଲଳିତ ମହାରଣା ଓ ବିଦ୍ୟାଳୟ ପ୍ରତିଷ୍ଠାତା ତଥା ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ବେହେରା (ସାମ୍ବାଦିକ)ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଛାତ୍ର ଛାତ୍ରୀଙ୍କ ଦ୍ଵାରା ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ମନମୁଗ୍ଧକର ଓ ଚିତ୍ତାକର୍ଷକ ହୋଇଥିଲା।ଏଥିରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଓ ବହୁ ଅଭିଭାବକଙ୍କ ଉପସ୍ଥିତ ରହି ସହଯୋଗ କରିଥିଲେ। ସେହିପରି ଆଗା ସାହି ସହରାଞ୍ଚଳ ସ୍ଵାସ୍ଥ୍ୟ କେନ୍ଦ୍ର ପରିସରରେ ସ୍ଵାଧୀନତା ଦିବସ ମହାସମାରୋହରେ ପାଳନ ହୋଇଥିଲା। ସ୍ଵାସ୍ଥ୍ୟ କେନ୍ଦ୍ରର ମେଡିକାଲ ଇନ ଚାର୍ଜ ଡାକ୍ତର ନଳିନୀ କାନ୍ଥ ପାଢ଼ୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ସନ୍ତୋଷ କୁମାର ସେଠୀ,ଜନ ଆରୋଗ୍ୟ ସମିତି ସଭ୍ୟ ଅନିଲ କୁମାର ଚୌଧୁରୀ, ଫାର୍ମାସିଷ୍ଟ ସନାତନ ପ୍ରଧାନ, ଟେକ୍ନିସଆନ ସୋମ୍ୟ ରଞ୍ଜନ ସାହୁ,ଡାଟା ଅପରେଟର ସୁଭମ ରାଉଳ,ରବି,ମୁନା,ରଞ୍ଜନ, ସାନ୍ତୁନୁ ଙ୍କ ସମେତ ଆଶା ଅଙ୍ଗନବାଡି,ଏ ଏନ୍ ଏମ ଦିଦିଙ୍କ ସହ ବହୁ ଡ଼ାକ୍ତର ଉପସ୍ଥିତ ଥିଲେ। ଲକ୍ଷ୍ମୀନୃସିଂହ ସାହି ବାସିନ୍ଦା ତରଫରୁ ମଧ୍ୟ ସ୍ଵାଧୀନତା ଦିବସ ହର୍ସ ଉଲ୍ଲାସ ସହ ପାଳନ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଯୁବ ଆଇନଜୀବୀ ଅସିତ କୁମାର ସାବତ ଓ ଅନିଲ କୁମାର ଚୌଧୁରୀ ଯୋଗ ଦେଇ ପତାକା ଉତ୍ତୋଳନ କରି ଦେଶ ମାତୃକାର ସେବାରେ ବଳିଦାନ କରିଥିବା ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ଉପରେ ଆଲୋକପାତ କରିଥିଲେ। ଅତିଥି ମାନଙ୍କ ଦ୍ଵାରା ଉପସ୍ଥିତ ସମସ୍ତଙ୍କୁ ଚକୋଲେଟ୍ ବିସ୍କୁଟ ଆଦି ବଣ୍ଟନ କରାଯାଇଥିଲା। ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ।
