ବାଲିଗୁଡା ମିନି ଷ୍ଟାଡିୟମ ରେ ୮୦ ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇ ଅଛି।
ବାଲିଗୁଡା :(ନି, ପ୍ର )୧୫/୮ ବାଲିଗୁଡା ମିନି ଷ୍ଟାଡିୟମ ରେ ୮୦ ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇ ଅଛି। ଷ୍ଟାଡିୟମ ଚତୁଃପାର୍ଶ ରେ ଭରପୁର ଜନସମାଗମ ମଧ୍ୟରେ ପୂର୍ବ ନିର୍ଦ୍ଧାରିତ ଅନୁସାରେ ସକାଳ ୯. ୧୫ ମି ସମୟରେ ଉପ ଜିଲ୍ହାପାଳ ଶ୍ରୀମତୀ ପ୍ରଣୀତ ଦାସ ମୁଖ୍ୟ ଅତିଥି ଭାବେ ପତାକା ଉତ୍ତଳୋନ କରିଥିଲେ। ସମାବେଶ ଜନତା, ପ୍ରଶାସନିକ ଏବଂ ପୋଲିସ ଅଧିକାରୀ ଦେଶ ର ଗର୍ବ ଓ ଗୌରବର ଜାତୀୟ ପତାକା ପ୍ରତି ସଂମାନ ପଦର୍ଶନ ପୂର୍ବକ ସାଲ୍ୟୁଟ କରିଥିଲେ।”ବନ୍ଦେ ମାତରମ ” ଏବଂ ” ଜନଗଣ ମନ ଅଧିନାୟକ ” ସମୂହ ସଂଗୀତ ଗାନରେ ଗଗନ ପବନ ମୁଖରିତ ହୋଇ ଉଠିଥିଲା।ଉପ ଜିଲ୍ହାପାଳ ସମେତ ପୋଲିସ ପ୍ରଶାସନ, ଲୋକ ସୂଚନା ସମ୍ପର୍କ ଅଧିକାର, ସହରର ମାନ୍ୟଗଣ୍ୟ ବେକ୍ତି, ସାମ୍ବାଦିକ ଓ ଜନ ସାଧାରଣ ଯୋଗଦେଇଥିଲେ। ଆଜିକାର ଉତ୍ସବ ରେ ୩୦ ରୁ ଉର୍ଦ୍ଧ ବିଧ୍ୟାଳୟ ର ଛାତ୍ର, ଛାତ୍ରୀ ପ୍ୟାରେଡ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକର୍ମ ରେ ଶ୍ରୀ ତୀର୍ଥବାସୀ ଘଡେଇ ପରିଚାଳନା କରିଥିଲେ ଏବଂ ଏହି କାଯ୍ୟକ୍ରମ ରେ ବିଭିର୍ଣ୍ଣ ମେଧାବୀ ଛାତ୍ର, ଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।
