ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ତରଫରୁ ୮୦ ତମ ସ୍ବାଧିନତା ଦିବସ ପାଳିତ।
ରିପୋର୍ଟ _ନିରୋଜ କୁମାର ସେଠୀ
ଆଜି ଯାଜପୁର ଜିଲ୍ଲା ଓଡ଼ିଶା ଡିଜିଟାଲ ମିଡିଆ
ମହାସଂଘ ୮୦ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର ସାଂଗଠନିକ ସଂପାଦକ ଗୈାରାଙ୍ଗ ଚରଣ ମହି ଙ୍କ ନେତୃତ୍ବରେ ସମସ୍ତ ଏକତ୍ରିତ ହୋଇ ଜାତିର ସଙ୍ଗୀତ ଗାନ କରିଥିଲ।
ଜିଲ୍ଲା ସମ୍ପାଦକ ସଂପାଦକ ଵସନ୍ତ ମଲିକ, ଉପଦେଷ୍ଟା ନିର୍ମଳ ସାମଲ, ରାଜ୍ୟ ଅଧିକାରି ଜିତୁ ବେହେରା, ଚନ୍ଦନ ସାମଲ, ସାଧାରଣ କର୍ମୀ ସଞ୍ଜୟ ନାୟକ,ପ୍ରଭାତ ମଲିକ, ଯାଜପୁର ଡିଜିଟାଲ ସଂଯୋଜକ ହେମନ୍ତ କୁମାର ନାୟକଙ୍କ ସମେତ ଶଙ୍କର୍ଷଣ ବେହେରା, ବାବୁଲି ମାହାନ୍ତି, ଗୈାତମ ସ୍ବାଇଁ, କାହୁଁ ଭାଇ, ଲିପନ ଙ୍କ ସହିତ ଵିଦ୍ୟାଳୟର ଛାତ୍ର,ଛାତ୍ରୀ ଓ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ପର୍ଶୁରାମ ଦଳାଇ ଉପସ୍ଥିତ ରହି ସ୍ଵାଧିନତା ଦିବସ ପାଳନ କରିଥିଲେ।ସମ୍ମାନିତ ଅତିଥି ଭାବେ ମାଳ ଆନନ୍ଦପୁର ପଞ୍ଚାୟତର ସଭାପତି ଶ୍ରୀଯୁକ୍ତ ଦିଲିପ୍ ଧଳ ପତାକା ଉତ୍ତୋଳନ କରିଥିଲେ। ମହାସଂଘର ସାଂଗଠନିକ ସଂପାଦକ ଶ୍ରୀମହି ନିଜର ଅଭିଭାଷଣରେ କହିଥିଲେ ଆଜିର ଏହି ସ୍ବାଧିନତା ଦିବସରେ ଆମେ ସମସ୍ତେ ସପଥ ନେବା ଏମିତି ଏକ ସାର୍ବଭୌମ, ସ୍ୱାଧିନତାର ଦେଶ ଗଢ଼ିବା ଯୋଉଠି ନଥିବ ଭୟ, ଉଗ୍ରଯାତିୟତାଵାଦ, ହିଂସା ଓଦ୍ଵେଶ।
