ସର୍ବପୁରାତନ ଶିକ୍ଷାଅନୁଷ୍ଠାନ ବ୍ରଜସୁନ୍ଦର ଉଚ୍ଚ ବିଦ୍ୟାଳୟ ରେ 80ତମ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି,
ବିଞ୍ଝାରପୁର /୧୬/୦୮(ଭଞ୍ଜଦୂତ ଖବର :ଉତ୍ତମ କୁମାର ଦାଶ )
ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବହୁ ପୁରାତନ ଶିକ୍ଷା ଅନୁଷ୍ଠାନ,ବ୍ରଜ ସୁନ୍ଦର ସରକାରୀ ଉଚ ବିଦ୍ୟାଳୟ ନାମରେ ପରିଚିତ,ଗତ କାଲି 80 ତମ ସ୍ୱାଧୀନତା ଦିବସ ଅବସରରେ ବଡ ଧୁମ ଧାମ ସହିତ ପାଳିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ,ସ୍କୁଲ ଛାତ୍ର ଛାତ୍ରୀ ଙ୍କ ସହିତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ରହି ମହାପୁରୁଷ ମାନଙ୍କର ଆଲୋକପାତ କରିବା ସହିତ ପତକା ଉତ୍ତଳନ କରି, ସଂଗୀତ ଗାନ ମଧ୍ୟ କରିଥିଲେ,ଏହି ଶୁଭ ଅବସରରେ ବିଦ୍ୟାଳୟ ରେ ମହାତ୍ମା ଗାନ୍ଧୀ ଜି ଙ୍କ ବିଶାଳ ପ୍ରତି ମୃତ୍ତି ସ୍ଥାପିତ କରାଯାଇଥିଲା । ଏହି ବିଦ୍ୟାଳୟ ର ଜଣେ ପୁରାତନ ଛାତ୍ର ସତ୍ୟବ୍ରତ ସାହୁ ଏହି ମୂର୍ତ୍ତି ଟିକୁ ବିଦ୍ୟାଳୟ କୁ ପ୍ରଦାନ କରି ଥିଲେ । ଏହି ଶୁଭ ମୁହୂର୍ତ ରେ ଶାରୀରିକ ଶିକ୍ଷ୍ୟା ଶିକ୍ଷକ ଶ୍ରୀ ହରେଶ କୁମାର ଦାସ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟ କର୍ମ କୁ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବେ ଦଶରଥପୁର ର BEO ତଥା ବ୍ରଜ ସୁନ୍ଦର ଓ ଶ୍ରୀବନ୍ତ ଉଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ସତ୍ୟବ୍ରତ ମିଶ୍ର, ଏହି ବିଦ୍ୟାଳୟ ର କାର୍ଯ୍ୟ କରି ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ସାଗରିକା ନାଥ, ବିଦ୍ୟାଳୟ ପ୍ରାଚୀଲାନା କମିଟି ର ଅଦକ୍ଷ ଶ୍ରୀ ଉତ୍ତମ କୁମାର ଦାସ, ବରିଷ୍ଠ ସାମ୍ବାଦିକ ଶ୍ରୀ ହରିକୃଷ୍ଣ ପଣ୍ଡା, ଶ୍ରୀ ସତ୍ୟବ୍ରତ ସାହୁ ସମେତ ବିଫୟାଳ ର ଶିକ୍ଷକ ଓ ଶିକ୍ଷୟତ୍ରୀ ବୃନ୍ଦ ଆନନ୍ଦର ସହିତ କାର୍ଯ୍ୟକ୍ରମ ଟିକୁ ଉପଭୋଗ କରି ଧନ୍ୟବାଦ ଅର୍ପଣ କରିଥିଲେ।
