*ଲଗାଣ ବର୍ଷା ଯୋଗୁଁ ଘରର କାନ୍ଥ ପଡିବାରୁ ପରିବାର ଲୋକେ ଅଳ୍ପକେ ଜୀବନ ରକ୍ଷା ପାଇଗଲେ l* ଢେଙ୍କାନାଳ ତା 15/08/2026(ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )ଗଁନ୍ଦିଆ ବ୍ଲକ ବାଇଶିଆ ଗ୍ରାମର ହରିଜନ ସାହିର ଗୀତା ମଳିକଙ୍କ ଘର କାନ୍ଥ ରାତ୍ରି 12ଟା ସମୟରେ ସମସ୍ତେ ଶୋଇଥିବା ସମୟରେ ପଡି ଯିବାରୁ ବଡ଼ ଦୁର୍ଘଟଣାରୁ ପରିବାରଙ୍କ ଜୀବନପ୍ରତି ଥିବା ବିପଦ ଟଳିଗଲା, କାରଣ ରୋଷେଇ କରୁଥିବା ସମୟରେ ହେଉ ଅବା ଚଳପ୍ରଚଳ କରିବା ସମୟରେ ହୋଇଥିଲେ ଦୁର୍ଘଟଣା ନିଛିନ୍ତ ଘଟିଥାନ୍ତା l ଦୁଇଦିନ ହେଲାଣି ପ୍ରଶାସନର ଦେଖାନାହିଁ, ଘରେ ପାଣି ପଶିଯିବାରୁ ରୋଷେଇ ସମ୍ପୂର୍ଣ୍ଣ ଠପ ହୋଇଯାଇଛି, ଛୋଟ ଛୁଆ ଚାରିଜଣ କିଛି ଖାଇନାହାନ୍ତି, ଜରି ପାଲ ଖଣ୍ଡେ ସାହାଯ୍ୟ ପାଇଁ ପାଇଲେନାହିଁ,ଏହାର ସତ୍ୟାସତରୁ ଜାଣିବାକୁ ପାଇଲୁ ରାସ୍ତାର ଜଳ ନିଷ୍କାସନ ହବାପାଇଁ ଡ୍ରେନର ସୁବିଧା ନାହିଁ, ତେଣୁ ସାମାନ୍ୟ ବର୍ଷା ହେଲେ ଏ ସାହିଟା ଜଳମଗ୍ନ ହୋଇଯାଏ, ଏହାଦ୍ୱାରା ସାହିର ସମସ୍ତଙ୍କ ଘରେ ପାଣିପସେ ଯାହାଦ୍ୱାରା ସ୍କୁଲ ପିଲାମାନେ ଆଣ୍ଠୁଏ ଲେଖାଏ ପାଣିରେ ଯିବା ଆସିବା କରନ୍ତି ବେଳେବେଳେ ପଡିକି ଖଣ୍ଡିଆ ଖାବରା ହୋଇ ବହିସବୁ ଓଦା ହୋଇଯିବାରୁ ଘରକୁ ଫେରି ଆସିବାର ନଜରକୁ ଆସିଛି l ବସ୍ତିରେ ସନ୍ଧ୍ୟାହେଲେ ବେଙ୍ଗରଡ଼ି ସରୀସୃପ ଯନ୍ତୁ ବିଭିନ୍ନ ପ୍ରକାର ସାପଙ୍କ ଭୟରେ ଲୋକେ ଘରୁ ଭୟରେ ପଦାକୁ ବାହାରିବାପାଇଁ ସୁକ୍ଷିତ ମନେକରୁନାହାନ୍ତି, ରାତ୍ରି ହେଲେ ପାଇଖାନାକୁ ଯିବାକୁ ଡର ଲାଗୁଛି, କାରଣ ତାଭିତରେ ସାପ, ବେଙ୍ଗ ଆଶ୍ରୟ ନେଇଥାନ୍ତି l ପ୍ରଦୀପ ମଳିକଙ୍କର 6ଜଣ, କାନ୍ଦୁରି ପରିବାର 15ଜଣ, ନରୋତ୍ତମ ସାହୁ 6ଜଣ, ଅକ୍ଷୟ ସାହୁ 3ଜଣ ଏମାନଙ୍କ ଘରେ ପାଣି ପଶିଯିବାରୁ ରୋଷଇ ପୁରା ବନ୍ଦ ହୋଇଯାଇଛି l ଏ ପାଣିଘେରରେ ପାଖାପାଖି 100ପରିବାର ସାମାନ୍ୟ ବର୍ଷା ହେଲେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ପଞ୍ଚାୟତ ସରପଞ୍ଚ ଙ୍କ ପତିକ୍ରିୟା ନେବାରୁ ସେ କହିଲେ ବର୍ତ୍ତମାନ ଦୁଇଦିନ ଛୁଟି ଅଛି ତାପରେ ଯାହା ହବ, 100ପରିବାରଙ୍କ ଅଭିଯୋଗ ଜଳ ନିଷ୍କାସନ ପାଇଁ ଡ୍ରେନର ନିହାତି ଆବଶ୍ୟକ ଅଛି, ପ୍ରଶାସନ ଯେତେଶୀଘ୍ର ଡ୍ରେନର ବ୍ୟବସ୍ଥା କରିବେ ଏ ବସ୍ତିର ଲୋକମାନଙ୍କର ଦୁଃଖ ଦୂର ହୋଇପାରିବ l
