
ବିଂଝାରପୁର (ସରୋଜ କୁମାର ଧଳ) : ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଗମନା ଗମନର ସୁବିନିଯୋଗ ପାଇଁ ସୁବିଧା କରିଥାନ୍ତି | ଗ୍ରାମ ଠାରୁ ସହର ପର୍ଯ୍ୟନ୍ତ ଲୋକମାନଙ୍କ ଉଦେଶ୍ୟରେ ଯାତାୟାତ କରିବାରେ କୌଣସି ଅସୁବିଧା ଯେପରି ନହୁଏ , ସେଥିପ୍ରତି ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଅଟଳ ବିହାରୀ ବାଜପେୟୀ ଗ୍ରାମାଞ୍ଚଳରେ ଢ଼ଳେଇ ରାସ୍ତାର ସ୍ୱପ୍ନ ଦେଖିଥିଲେ | ତାହା ମଧ୍ୟ ଫଳପ୍ରଦ ହୋଇଥିବାର ଦେଖିବାକୁ ମିଳୁଛି କିନ୍ତୁ ଅସାଧୁ କଂଟ୍ରାାକ୍ଟର ମାନେ ଅତି ନିମ୍ନମାନର କାମକରି ବିଲ୍ ହାତେଇବାରେ ସକ୍ଷମ ହୋଇଥାନ୍ତି | ଏହିପରି ଏକ ନମୁନା ବିଂଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ମୁଖ୍ୟ ବଜାର ଠାରେ ଦେଖିବାକୁ ମିଳୁଛି | ଏହି ରାସ୍ତାଟି ଆଖପାଖ ତିରିଶ , ଚାଳିଶ ଗ୍ରାମ ସିଂହପୁର ସହିତ ଜରି , ନାଉବାଙ୍କ , ଫଳପୁର , ନେମରା , ହଳଦିଡିହ , କୁସୁନପୁର, ବାଙ୍ଗରା , କଣ୍ଡିଆ , ଗୋଡ଼ିଡିହ , ମଲିଆ , ବିଂଝାରପୁର ଇତ୍ୟାଦି | ଏହି ରାସ୍ତା ଅତି ନିମ୍ନମାନର ହୋଇଥିବା ଦେଖିବାକୁ ମିଳୁଛି | ଏହି ଢ଼ଳେଇ ରାସ୍ତା ଦେଇ କୁନି କୁନି ପିଲାମାନେ ପ୍ରତିଦିନ ସ୍କୁଲକୁ ଆସିଥାନ୍ତି , ଯାହାକି ଏହି ରାସ୍ତା ସ୍କୁଲ ଗେଟକୁ ଲାଗିଛି , ଏହି ଢ଼ଳେଇ ରାସ୍ତା ଦେଇ ଅନେକ ସାଇକେଲ୍ , ବାଇକ , ସ୍କୁଟି , କାର୍ , ଅଟୋ , ଟ୍ରକ , ଟ୍ରାକ୍ଟର , ଓ ମିନିବସ୍ ଯାତାୟତ କରୁଥିବା ବେଳେ ଖାଲ ଯୋଗୁଁ ଅନେକ ଦୁର୍ଘଟଣାର ସମ୍ମୁଖୀନ ହୋଇଥାନ୍ତି | ସାଧାରଣତ ବିଦ୍ୟାଳୟର ଛାତ୍ରଛାତ୍ରୀ , କଲେଜରେ ପଢୁଥିବା ଛାତ୍ରଛାତ୍ରୀ ଏବଂ ବରିଷ୍ଠ ନାଗରିକ ମାନେ ଅଧିକ ଦୁର୍ଘଟଣାରେ ଶିକାର ହେଉଛନ୍ତି | ବାରମ୍ବାର ଅଭିଯୋଗ ସତ୍ୱେ କୌଣସି ସୁଫଳ ମିଳୁନାହିଁ |ନୂତନ ସରକାର ଙ୍କର ବିଞ୍ଝାରପୁର ପ୍ରତିନିଧିତ୍ବ ଦାଇତ୍ୱ ରେ ଥିବା ନିରଞ୍ଜନ ବେହୁରିଆ, ବବିତା ମଲ୍ଲିକ ଓ ଶ୍ରୀଧର କୁମାର ଜେନା ଜନସାଧାରଣ ଙ୍କ ନିମନ୍ତେ ଉଚିତ ନ୍ୟାୟ ଦିଅନ୍ତୁ ଏବଂ ତୁରନ୍ତ ଏହି ସମସ୍ୟା ପ୍ରତି ଉଚ୍ଚ କତୃପକ୍ଷ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି |