
ବିଞ୍ଝାରପୁର(ସରୋଜ କୁମାର ଧଳ) : ମେଘା କମ୍ପାନୀ ର ମନମାନି ଦୀର୍ଘ ଦିନ ହେବ ଓଭର ହେଡ଼ ଟାଙ୍କିଟିର ନିର୍ମାଣ କାର୍ଯ୍ୟ ବନ୍ଧ ହୋଇ ପଡିଛି ଏଠାରେ ଡିପର୍ଟମେଣ୍ଟ ଓ କଂଟ୍ରାକଟର ଠିକାଦାର ଙ୍କର ମଧୁ ଚନ୍ଦ୍ରିକା କହିଲେ ସରିବନି ଏହି ଟାଙ୍କିଟି ହେଉଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ଅଧିନସ୍ତ ମାଧପୁର ଗ୍ରାମ ନିକଟରେ ଯେଉଁ ଗାଁ ଯିବେ ଅଧିକାଂଶ ଜାଗାରେ ଅଧା ଖଣ୍ଡିଆ କାମ ପୂର୍ବ ସରକାର ଙ୍କର ଯେଉଁ ବସୁଧା ଯୋଜନା ନବୀନ ବାବୁ ଡୁଙ୍ଗୁରା ପିଟୁ ଥିଲେ ୨୫ ବର୍ଷ ଶାସନ ସରିଗଲା ହେଲେ ଏ ପର୍ଯ୍ୟନ୍ତ ଯେଉଁ ଓଭର ହେଡ଼ ଟାଙ୍କି ନିର୍ମାଣ କରିଥିଲା ଟାଙ୍କିକି ପାଣି ଗଲାନାହିଁ ଡାଇରେକ୍ଟ ପାଣି ଛଡା ଯାଉଛି କଉଠି ପାଣି ଭାସୁଛି ତ କଉଠି ପାଣି ବୁନ୍ଦେ ଲୋକ ପାଉନାହାନ୍ତି ଖରା ଦିନ ଚାଲିଗଲା ବର୍ଷା ଦିନ ଆସିଲା ପାଣି ଅବା ବର୍ଷା ଦିନେରେ କଣ ହେବ କିଛି ଦିନ ତଳେ ଖବର ପ୍ରସାରଣ କରିଥିଲୁ ପ୍ରିୟ ଖବର ମାଧ୍ୟ୍ୟମରେ ସେହି ଯାଜପୁର ଜିଲ୍ଲା ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ର ରାମଚନ୍ଦ୍ରପୁର ଗ୍ରାମ ର ତାହାର କିଛି ଏପର୍ଯ୍ୟନ୍ତକୌଣସି ପଦକ୍ଷେପ ନିଆଗଲା ନାହିଁ।ତେବେ ଡିପାର୍ଟମେଣ୍ଟର ଏତେ ମନମାନି ପଣ କଣ ପାଇଁ ବୋଲି ସ୍ଥାନୀୟ ବାସିନ୍ଦାଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।