
ଯାଜପୁର (ସରୋଜ କୁମାର ଧଳ ) : ଜିଲ୍ଲା ବିଞ୍ଝାରପୁର ବ୍ଲକ, ବରପଦା ପଞ୍ଚାୟତ ଅଧିନ ନାଗପୁରା ଗ୍ରାମର ନାରାୟଣୀ ପାଖରେ ତା ୦୩/୦୭(ନିପ୍ର) ବିଦ୍ୟୁତ୍ ଟ୍ରାନସ୍ଫରମର୍ ଦୀର୍ଘଦିନ ହେଲା ଅସୁରକ୍ଷିତ ଓ ବିପଦ ପୂର୍ଣ୍ଣ ଅବସ୍ଥାରେ ପଡି ରହିଛି । ଏହି ସମସ୍ୟା କୁ ପୂର୍ବରୁ ବିଞ୍ଝାରପୁର ନିର୍ବାହି ଯନ୍ତ୍ରୀ ବିଦ୍ୟୁତ୍ ବିଭାଗ ଅଧିକାରୀ (ଜେ.ଇ)ଙ୍କୁ ପଚାରିବାରୁ କହିଥିଲେ ସବୁ ସ୍ଥାନରେ ସୁରକ୍ଷା ବାଢା ନିର୍ମିତ କରାଯାଉଛି ସେ ସ୍ଥାନରେ ବି ହେବ କୌଣସି ବ୍ୟସ୍ତ ହେବାର ନାହିଁ । କିନ୍ତୁ ଅନେକ ଦିନ ଅପେକ୍ଷା ପରେ ବି ସେ ସ୍ଥାନରେ ସୁରକ୍ଷା ବାଢା ନିର୍ମିତ ହୋଇପାରିଲା ନାହିଁ । ଯାହା ଫଳରେ କି ଗ୍ରାମର ଛୋଟଛୋଟ ପିଲାମାନେ ବଲ୍ ଖେଳିବା ସମୟରେ ସେ ନିକଟକୁ ଚାଲିଯାଉଛନ୍ତି।ଏବଂ ଗୋଚର ଚରାଭୂମିରେ ଟ୍ରାନସ୍ଫରମର ଲାଗିଥିବା ବେଳେ ଅଧିକାଂଶ ସମୟରେ ଗାଈ,ଗୋରୁ, ଛେଳି, ମେଣ୍ଢା ଓ ଘୁସୁରୀ ଆଦି ପ୍ରାଣୀ ମଧ୍ୟ ଚାଲିଯାଉଛନ୍ତି । ଫଳରେ ବିଦ୍ୟୁତ୍ ଆଘାତର ଶୀକାର ହେବାର ବହୁତ ନଜିର୍ ରହିଛି । ଏହି ଟ୍ରାନସ୍ଫରମର ପାଖ ରାସ୍ତା ଦେଇ ଅନେକ ଗାଈଗୋରୁ ଚରେଇବା ପାଇଁ ନେଇଥାନ୍ତି । କହିବାକୁ ଗଲେ ଟ୍ରାନସ୍ଫରମର ଲାଗିଲା ଦିନରୁ ଚାରି ପାର୍ଶ୍ୱରେ ଆବଦ୍ଧ କରିବା ପାଇଁ କୋଣସି ସୁରକ୍ଷା ବାଢା ଦିଆଯାଇ ନାହିଁ । ଏହାକୁ ନିରାପତ୍ତା ରଖିବା ବା ସୁରକ୍ଷା ବାଡ ଲଗାଇବା ପାଇଁ ପୂର୍ବରୁ ଖବର କାଗଜରେ ମଧ୍ୟ ପ୍ରକାଶ ପାଇଥିଲା । କିନ୍ତୁ କୌଣସି ବିଦ୍ୟୁତ୍ ବିଭାଗ ଅଧିକାରୀ ସୁରକ୍ଷା ବାଢା ପ୍ରତି ଦୃଷ୍ଟି ଦେଲେ ନାହିଁ । ବିଦ୍ୟୁତ୍ ବିଭାଗର ଟ୍ରାନସ୍ଫରମର୍ ଲଗାଇବା ପୂର୍ବରୁ ସରୁକ୍ଷା ବାଢା ନିର୍ମାଣ କରିବାର ନିୟମ ଥିଲା ବେଳେ ଏହା କାହିଁକି ଅବହେଳା କରାଯାଉଛି ତା ଅନେକ ଗ୍ରାମବାସୀଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି। ଶେଷରେ ବାଧ୍ୟ ହୋଇ ଗ୍ରାମବାସୀମାନେ ବିଞ୍ଝାରପୁର ନିର୍ବାହି ଯନ୍ତ୍ରୀ ବିଭାଗ ଅଧିକାରୀଙ୍କ ଜରିଆରେ ଉପଖଣ୍ତ ବିଦ୍ୟୁତ୍ ବିଭାଗୀୟ ଅଧିକାରୀ ଙ୍କ ଦୃଷ୍ଟି ଗୋଚର କରିବା ପାଇଁ ଆଲୋଚନା କରିଥିଲେ । ସେ ପ୍ରତିଶୃତି ଦେଇ କହିଲେ ଏହାକୁ ଗୁରୁତ୍ୱର ନେବା ସହ ଉପରିସ୍ଥ କର୍ମଚାରୀଙ୍କ ଦୃଷ୍ଟି ଆର୍କଷଣ କରି ସମସ୍ୟାର ସମାଧାନ କରାଯିବ ବୋଲି ଏବଂ ପ୍ରତିଶ୍ରୁତି ମଧ୍ୟ୍ୟ ଦେଇଛନ୍ତି |