ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ
ବନ୍ତ /ଆଗରପଡ଼ା,(ନିପ୍ର)ଆଗରପଡ଼ା ଥାନା ପୋଲିସ ପକ୍ଷରୁ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ଥାନା ଏସଆଇ ଇଭାରାଣୀ ପରିଡ଼ା ଯୋଗଦେଇ ବରିଷ୍ଠ ନାଗରିକମାନଙ୍କୁ ସାଇବର ଅପରାଧ ସଂପର୍କରେ ସଚେତନତା କରିଥିଲେ । କୈଳାସ ଧଳ, ବିଜ୍ଞାନଭୂଷଣ ମହାନ୍ତି, ଉପେନ୍ଦ୍ର ଶତପଥୀ, ପ୍ରଣୟ ସିଂହ, ସୁବାସ ଦାସ, ରଂଜନ ଦାସ, ରାଧାଶ୍ୟାମ ରାଉତ,ଗୋଲକ ପୃଷ୍ଟି, ଚିତ୍ତରଂଜନ ସାମନ୍ତରାୟ, ପିତାମ୍ବର ପତି ପ୍ରମୁଖ ବରିଷ୍ଠ ନାଗରିକମାନେ ଉପସ୍ଥିତ ଥିଲେ ।
