ଆଗରପଡ଼ା କଲେଜରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ
/ବନ୍ତ, /ଆଗରପଡ଼ା ,(ନିପ୍ର) ଆଗରପଡ଼ା କଲେଜରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ କଲେଜ ଅଧ୍ୟକ୍ଷ ଶାନ୍ତୁନୁ ଜେନା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ କଲେଜର ଏନ୍ଏସ୍ଏସ୍, ଏନସିସି ଓ ୱାଇଆରସି ସ୍ଵେଚ୍ଛାସେବୀ ଓ ଛାତ୍ର ଛାତ୍ରୀ ମାନେ ତ୍ରିରଙ୍ଗା ପତାକା ଧରି ମହାବିଦ୍ୟାଳୟରୁ ବାହାରି ଆଗରପଡ଼ା ବଜାର ପରିକ୍ରମା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।
