ପାଣି ଆଉ ପାଣି ଚାରିଆଡେ ହା ହା କାର ୧୪/୮( ନିପ୍ର)
ଜଳ ବିହୁନେ ସୃଷ୍ଟି ନାଶ ଜଳବହୁଳେ ସର୍ବନାଶ କଥା ର ତାତ୍ପର୍ଯ୍ୟ ହେଲା କି ଗତ କିଛଦିନ ଧରି ବରଷା ଏବେ ହାହାକାର ପରିସ୍ଥିତି ସୃଷ୍ଟିକରିଚି । ବନ୍ୟା ର ବିଭୀଷିକା ଏବେ ସାରା ରାଜ୍ୟ ରେ ଥିଲାବେଳେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା ରେ ସର୍ବାଧିକ ଥିଲା ଭଳିଆ ଜଣା ପଡ଼େ ମୟୂରଭଞ୍ଜ ଜିଲ୍ଲା ର ବେତନଟି ବ୍ଲକ ଅଞ୍ଚଳ ରେ ଥିବା ତଳିଆ ପଞ୍ଚାୟତ ଯେମିତି ଦୁର୍ଗାପୁର ଓ ପାଟଲିପୁରା ପଞ୍ଚାୟତ ର ପ୍ରାୟ ୧୨୦୦ ରୁ ଅଧିକ ଲୋକ ଘରେ ପାଣି ପଶିଯିବାରୁ ସ୍ଥାନୀୟ ପ୍ରଶାସନ ପୀଡ଼ିତ ମାନଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀରେ ଆଣି ରଖିବା ସହ ତାଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣ ର ରନ୍ଧା ଖାଦ୍ୟ ର ବ୍ୟବସ୍ଥା କରିଛନ୍ତି।ନଖରା ରେ ଥିବା ଆଶ୍ରୟ ସ୍ଥଳୀରେ ଓ ପାଖାପାଖି ସ୍କୁଲ ଘରେ ଲୋକ ମାନେ ରହି ବନ୍ୟା ର ପରିସ୍ଥିତି କୁ ନିଜେ ଜିଲ୍ଲାପାଳ ନିଜସ୍ଵ ତତ୍ଵIବଧନ କରିବା ସହ ପରିସ୍ଥିତି ର ସମାଧାନ କରିବାପାଇଁ ସବୁବେଳେ ସଜାଗ ହୋଇ ରହିଥିବାର ଦେଖିବାକୁ ମିଳିଛି ।ସେହି ବନ୍ୟା ରେ କୌଣସି ଜୀବନ ହାନି ହୋଇନଥିବାବେଲେ ସେହି ଦୁଇ ପଞ୍ଚାୟତ ର ପାଖାପାଖି ୮୦ ଭାଗ ଚାଷ ଜମି ଜଳମଗ୍ନ ହୋଇ ରହିଥିବାର ଦେଖିବାକୁ ମିଳିଛି।
