ହୋଟେଲ ରୁ ଟି ଏମ ସି ର ପୂର୍ବତନ ବିଧାୟକ ଗିରଫ
ଆର ଜି କର ମେଡିକାଲ ରେ ଛାତ୍ରୀ ବଳତ୍କାର ଓ ହତ୍ୟା ମାମଲା
ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ଦଳର ପୂର୍ବତନ ବିଧାୟକ ନିର୍ମଳ ଘୋଷ ସିମୁଳିଆ ରୁ ଗିରଫ ହୋଇଛନ୍ତି। ତାଙ୍କୁ ଗିରଫ କରିଛି ପଶ୍ଚିମବଙ୍ଗ ର ଖାରଦା ପୋଲିସ । ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ଥିବା ଏକ ହୋଟେଲରୁ ପଶ୍ଚିମବଙ୍ଗ ଟି.ଏମ.ସିର ପୂର୍ବତନ ବିଧାୟକ ନିର୍ମଳ ଘୋଷ ଲୁଚି ରହିଥିଲେ। ଆଜି ପଶ୍ଚିମବଙ୍ଗ ପୋଲିସ ମୋବାଇଲ ଟ୍ରାକ କରି ଟି.ଏମ.ସିର ପୂର୍ବତନ ବିଧାୟକ ନିର୍ମଳ ଘୋଷଙ୍କୁ ସିମୁଳିଆ ପୋଲିସ ସହାୟତାରେ ଜାମୁଝାଡ଼ି ସ୍ଥିତ ଓଡ଼ିଶୀ ହୋଟେଲରୁ ଧରିଥିବା ସୂଚନା ମିଳିଛି। ଯାହା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଅଗଷ୍ଟ ୨୦୨୪ରେ କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ବଳାତ୍କାର ଏବଂ ହତ୍ୟାର ଶିକାର ହୋଇଥିବା ଜଣେ ଡାକ୍ତରଙ୍କ ମୃତଦେହକୁ ଶୀଘ୍ର ଦାହ କରିବା ଘଟଣାରେ ପୂର୍ବତନ ତୃଣମୂଳ କଂଗ୍ରେସ ବିଧାୟକ ନିର୍ମଳ ଘୋଷଙ୍କ ହାତ ରହିଛି। ଦୁଷ୍କର୍ମ ପିଡୀତା ଙ୍କ ବାପା କହିବା କଥା କି ଝିଅର ଦ୍ଵିତୀୟ ଥର ପାଇଁ ଶବ ବ୍ୟବଚ୍ଛେଦ ଲାଗି ବିଚାର କରାଯାଇଥିବା ବେଳେ ନିର୍ମଳ ଘୋଷ ଏବଂ ତାଙ୍କ ସହଯୋଗୀ ତରବରିଆ ଭାବେ ଶବ ସତ୍କାର କରିଥିଲେ ।
