ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ସୋର ରାଧାନାଥ ବିଦ୍ୟାପୀଠ ଓ ରାଧାନାଥ ମଧ୍ୟ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ରାଧାନାଥ ପଡିଆରୁ ବ୍ଲକ ଛକ ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ପଦଯାତ୍ରା ଆଜି ଦିବା ୧୧ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରାରେ ସୋର ଭାରାପ୍ରାପ୍ତ ତହସିଲଦାର କୃଷ୍ଣ ମୋହନ ସିଂହ, ପୈର ପାଳିକା କାର୍ଯ୍ୟ ନିର୍ବାହ ଅଧିକାରୀ ବିଶ୍ୱ ରଞ୍ଜନ ପ୍ରଧାନ ରାଧାନାଥ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଅଞ୍ଜଳି ମହାପାତ୍ର ଛାତ୍ର ଛାତ୍ରୀ ଙ୍କୁ ଭାରତ ବର୍ଷର ସ୍ଵାଧୀନତା ଇତିହାସ ସହ ତ୍ରିରଙ୍ଗା ପତାକା ବିଷୟରେ ବୁଝାଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ତାରାକାନ୍ତ କର , ରଶ୍ମିତା ଶିଅଳ, ଲାବଣ୍ୟବତୀ କାହାଳି, ଆରାଧନା ରାଉଳ , ଅପର୍ଣ୍ଣା ଯେନା, ଗାୟତ୍ରୀ ସାହୁ, ଜିତେନ୍ଦ୍ର ନାୟକ, ଶଶ୍ମିତା ଯେନା, ପ୍ରିୟଙ୍କା ପାତ୍ର, ସନ୍ତୋଷି ରଶ୍ମି ନାୟକ, ଅଲିଭା ରାଓତ,ତେଜଶ୍ୱନି ବେହେରା, ରେଣୁବାଳା ଦାସ, ମନୋରଞ୍ଜନ ଶିଅଳ, ଅବଦୁଲ ଫାରକ୍, ଗୁଲତରି ନିଆଜ ଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ୨୦୦ ରୁ ଉର୍ଦ୍ଧ ଉଭୟ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।
