ବନ୍ୟା ବିପନ୍ନଙ୍କୁ ସାହାଯ୍ୟ କଲା ସୋର କଂଗ୍ରେସ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ::: ସୋର ବ୍ଲକରେ ଗତ ବୁଧବାର ରାତି ତମାମ ପ୍ରବଳ ବର୍ଷା ହେତୁ କେଦାରପୁର ପଞ୍ଚାୟତର ପାଳପୁର ଗ୍ରାମର କାମିନୀ ପାତ୍ରଙ୍କ କାନ୍ଥ ଭାଙ୍ଗି ଯାଇଥିଲା। ଲଗାଣ ବର୍ଷା ଓ ବନ୍ୟା ସ୍ଥିତି ଯୋଗୁଁ ସେମାନଙ୍କର ଗରିବ ପରିବାରଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇ ପଡ଼ିଥିବାବେଳେ ଖବର ପାଇ ସୋର ବିଧାନସଭାର କଂଗ୍ରେସ ପ୍ରାର୍ଥୀ ସୁବ୍ରତ ଧଡ଼ାଙ୍କ ସମେତ ଶ୍ରୀକାନ୍ତ ଜେନା ଏବଂ ଅନ୍ୟ ବରିଷ୍ଠ ନେତୃବୃନ୍ଦ ଘଟଣାସ୍ଥଳରେ ପହଞ୍ଚିଥିଲେ। ନେତୃବୃନ୍ଦ ସେଠାରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାରର ବାସସ୍ଥାନ ଓ ସାମଗ୍ରିକ ସ୍ଥିତି ଅନୁଧ୍ୟାନ କରିବା ସହ ସେମାନଙ୍କୁ ଆଶ୍ୱସନା ଦେଇଥିଲେ ଏବଂ ତୁରନ୍ତ ସହାୟତାର ହାତ ବଢ଼ାଇଥିଲେ। ଦୁର୍ଦ୍ଦିନରେ ନେତାମାନେ ପାଖରେ ପହଞ୍ଚିବାରୁ ଦୁର୍ଭାଗ୍ୟର ଶିକାର ହୋଇଥିବା କାମିନୀଙ୍କ ପରିବାର ତଥା ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଶ୍ରୀ ଧଡ଼ା ଏବଂ କଂଗ୍ରେସ କର୍ମୀମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି। ଆଗାମୀ ଦିନରେ ଏଭଳି ବିପନ୍ନ ପରିବାରଗୁଡ଼ିକୁ ପ୍ରଶାସନ ପକ୍ଷରୁ ମଧ୍ୟ ଉପଯୁକ୍ତ ଥଇଥାନ ଓ କ୍ଷତିପୂରଣ ଯୋଗାଇବା ପାଇଁ ଦାବି ହୋଇଛି।
