#କଟକ
( ରିପୋର୍ଟ୍ ଜୀବନ ଜ୍ୟୋତି ରଣା)
କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକରେ ଘଟିଥିବା ଗଣଦୁଷ୍କର୍ମ ଘଟଣାର ସତ୍ୟାସତ୍ୟ ଅନୁଧ୍ୟାନ ପାଇଁ ବିରୋଧୀ ଦଳ ନେତା ଶ୍ରୀ Naveen Patnaik ଙ୍କ ନିର୍ଦ୍ଦେଶକ୍ରମେ ବିଜେଡି ବରିଷ୍ଠ ନେତା ଶ୍ରୀଯୁକ୍ତ Pratap Jena ଙ୍କ ନେତୃତ୍ଵରେ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ନିଶ୍ଚିନ୍ତକୋଇଲି ଥାନା ଆଇଆଇସି ଏବଂ ଏସଡିପିଓଙ୍କ ସହ ଆଲୋଚନା କରି ଘଟଣାର ତଦନ୍ତର ଅଗ୍ରଗତି, ଅଭିଯୁକ୍ତଙ୍କ ବିରୋଧରେ ନିଆଯାଇଥିବା ପଦକ୍ଷେପ ଏବଂ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ସମ୍ପର୍କରେ ବିସ୍ତୃତ ସୂଚନା ସଂଗ୍ରହ କରିବା ସହିତ ଦଳ ପକ୍ଷରୁ ଘଟଣାର ନିରପେକ୍ଷ ତଦନ୍ତ ଦାବି ଏବଂ ଦୋଷୀଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ।
