ବ୍ରହ୍ମପୁର (ସୁରଜିତ ରାହୁଲ) : ବ୍ରହ୍ମପୁର ତା ୦୧.୦୭.୨୦୨୫ ତାରିଖରେ ବ୍ରହ୍ମପୁର ରୋଟାରୀ କ୍ଲବଠାରେ ରୋଟାରୀ କ୍ଲବ୍ ଓ AVBD, ଓଡିଶା ର ମିଳିତ ଉଦ୍ୟମରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହି ଶିବିରକୁ ରୋଟାରୀ କ୍ଲବର ସଭାପତି ଭେଙ୍କଟନନ୍ଦ ଉଦ୍ଘାଟନ କରିଥିଲେ। ଏହି ଶିବିରରେ ୬୦ ଜଣ ରକ୍ତଦାତା ରକ୍ତ ଦାନ କରିଥିଲେ। ବଡ ଡାକ୍ତର ଖାନାର ରକ୍ତ କେନ୍ଦ୍ରର
ଡ.ପ୍ରସନ୍ନ କୁମାର ରଥ, ଅନୁରାଧା ମାଝି, ଅଶୋକ କୁମାର ବାଯୁବନ୍ଧ, ଦେବାଶିଷ ପଣ୍ଡା , ଗୋପାଳ କୃଷ୍ଣ, ଦମ୍ବୁରୁ ବାହାଦୂର କାରକି ରକ୍ତ ସଂଗ୍ରହ କରିଥିଲେ।
ରୋଟାରୀ କ୍ଲବର ସଭାପତିଙ୍କ ସହ
ଗୌରୀ ଅଗ୍ରୱାଲ ଲଳିତ ମଙ୍ଗରାଜ
ଓ ବହୁ ସଭ୍ୟା/ସଭ୍ୟ ଓ
AVBD ଓଡିଶା, ବ୍ରହ୍ମପୁରର ସଭାପତି ବସନ୍ତ କୁମାର ସାହୁ, କେ.ଏନ.ସେନାପତି, Asn ଗୁପ୍ତା, ସୁଶାନ୍ତ କୁମାର ଘୋଷ, ପ୍ରଭାକର ରାଓ ସହଯୋଗ କରିଥିଲେ।
ସେହିପରି ଗାନ୍ଧିନଗର ଠାରେ ଚାର୍ଟେଡ଼ ଆକାଉଣ୍ଟେଣ୍ଟ ସଂଗଠନର ସଯଯୋଗରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ବ୍ରହ୍ମପୁର ବଡଡ଼ାକ୍ଟର ଖାନା ରକ୍ତ କେନ୍ଦ୍ରର ଡ.ଜେ.କେ.ମିଶ୍ର, ଟୁଟୁ ପାଣିଗ୍ରାହୀ, ବସନ୍ତ ବେହେରା ଉପସ୍ଥିତ ରହି ୭୭ ୟୁନିଟ ରକ୍ତ ସଂଗ୍ରହ କରିଛନ୍ତି। ଚାର୍ଟେଡ଼ ଆକାଉଣ୍ଟେଣ୍ଟ ସଂଗଠନର ଅଧ୍ୟକ୍ଷ ଏ.ମହେଶ୍ୱର ପାତ୍ର, ସିଲ୍ଲା ଲଷ୍ମୀନାରାୟଣ ଓ AVBD,ଓଡିଶା ବ୍ରହ୍ମପୁରର ସମ୍ପାଦକ ch.ପ୍ରସାଦ ରାଓ , ସଭ୍ୟ ଇ.ଡି.ପାତ୍ର, କେ.ପୁରୁଷୋତ୍ତମ କୁମାର ସୁବୁଦ୍ଧି ସହଯୋଗ କରିଥିଲେ।
ବସନ୍ତ କୁମାର ସାହୁ, ସଭାପତି,
AVBD, ଓଡିଶା, ବ୍ରହ୍ମପୁର
