
ଯାଜପୁର /ବିଂଝାରପୁର ( ସ୍ମୃତିରେଖା ମଲ୍ଲିକ) : ବିଂଝାରପୁର ବ୍ଲକ ଅନ୍ତର୍ଗତ ଚିକଣା ପଞ୍ଚାୟତ ଅଧିନ ମଦରିଙ୍ଗପାଳ ରାସ୍ତା କଡ଼ରେ ଏକ ସଡ଼କ ଦୁର୍ଘଟଣା ହୋଇଯାଇଛି। ଉତଙ୍ଗରା ଛକ ଆଡୁ ସୟଦପୁର ନିବାସ ଦୀପକ କୁମାର ମଳିକ ଓ ଶୁଭମ କୁମାର ମଳିକ ଦୁଇ ଜଣ ଏକ ବାଇକ ଯୋଗେ ଘରକୁ ଫେରୁଥିଲେ। ଭାରସାମ୍ୟ ହରାଇ ନିମ୍ବ ଗଛକୁ ଧକାଦେଇ ଥିଲେ। ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣକୁ କଟକ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଅଳକୁଣ୍ଡ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ବାଇକୁ ଜବତ କରି ଅନୁସନ୍ଧାନ ଜାରି ରଖିଛନ୍ତି। ସୁଚନା ଥାଉକି ଏହି ସ୍ଥାନରେ କିଛି ଦିନ ତଳେ ମଧ୍ୟ ଆଉ ଏକ ସଡ଼କ ଦୁର୍ଘଟଣା ଘଟିଥିଲା।