ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମହିଳାଙ୍କ ଅଭିଯୋଗ,ମୋ ପ୍ରେମିକକୁ HIV ମୋତେ ବି HIV,ଆମକୁ ବାହା କରିଦିଅ ନ ହେଲେ ଆତ୍ମହତ୍ୟା କରିବି ।
ଢେଙ୍କାନାଳ ସଦର : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ମହିଳା ପହଞ୍ଚି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ମୋ ପ୍ରେମିକକୁ HIV ମୋତେ ବି HIV,ଆମକୁ ବାହା କରିଦିଅ ନ ହେଲେ ଆତ୍ମହତ୍ୟାର ଧମକ ମଧ୍ୟ ଦେଇଛନ୍ତି। ସୁଚନା ମୁତାବକ କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା ଅଞ୍ଚଳର ଜନୈକା ମହିଳା ସେହି ଥାନା ଅଞ୍ଚଳ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ। ଯୁବକ ବିବାହର ପ୍ରତିଶୃତି ଦେବାରୁ ତାଙ୍କ ସହିତ ମହିଳା ଶାରୀରିକ ସମ୍ପର୍କ ରଖିଥିଲେ। ହେଲେ କିଛି ଦିନ ପରେ ପରୀକ୍ଷାରୁ ଜଣାପଡ଼ିଥିଲା ଯେ ମହିଳା HIV ସଂକ୍ରମିତ ଅଛନ୍ତି। ଏହାପରେ ଯୁବକ ମଧ୍ୟ HIV ସଂକ୍ରମିତ ହୋଇଥିବା ଜଣାପଡିଥିଲା। ହେଲେ ଯୁବକ ମହିଳାଙ୍କୁ ବିବାହ କରିବାରୁ ନା ରାଜ । ଯୁବକ ଜଣଙ୍କ ଅନ୍ୟ ଯୁବତୀ ଓ ମହିଳାଙ୍କ ସହିତ ସମ୍ପର୍କ ରଖି ଏବେ କାମାକ୍ଷାନଗର ଅଞ୍ଚଳରେ HIV ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲାଣି ବୋଲି ମହିଳା ଅଭିଯୋଗ କରିଛନ୍ତି। ଢେଙ୍କାନାଳ ରୁ ରିପୋର୍ଟର ବିଷ୍ଣୁ ଚରଣ ସାହୁ ।
