ଆବାସ ଯୋଜନାର ସମୀକ୍ଷା,ବିଡିଓଙ୍କୁ ବର୍ଷିଲେ ମନ୍ତ୍ରୀ।
ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ କାଇମାଟି ଗ୍ରାମପଞ୍ଚାୟତର ଗହମଖୁଣ୍ଟି ଗ୍ରାମକୁ ଯାଇ ଶୁକ୍ରବାର ରାଜ୍ୟ ଖାଦ୍ୟ ଯୋଗାଣ,ଖାଉଟି କଲ୍ୟାଣ,ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସମୀକ୍ଷା କରିଥିଲେ। ଏହି ଯୋଜନାରେ ଗରିବ ଲୋକ ତଥା ଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିଥିବା ଜାଣି ବିଡିଓ ରାହୁଲ ମଣ୍ଡଳ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ ସ୍ୱର୍ଣ୍ଣପ୍ରଭା ସାହୁଙ୍କ ଉପରେ ମନ୍ତ୍ରୀ ଖୁବ୍ଜୋର୍ରେ ବର୍ଷିଥିଲେ। ଏପରିକି ଗ୍ରାମବାସୀଙ୍କ ସମ୍ମୁଖରେ ବିଡିଓଙ୍କୁ ବଦଳି କରିଦେବେ ବୋଲି ତାଗିଦ କରିଥିଲେ। ଗହମଖୁଣ୍ଟି ଗ୍ରାମରେ ଗରିବ ଓ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରୁ ବାଦ୍ ପଡ଼ିଯାଇଥିବା ସମ୍ପର୍କରେ ମନ୍ତ୍ରୀ ଗୁରୁବାର ଯୋଗ୍ୟ ଲୋକ ବାଦ୍ ପଡ଼ିଲେ ବଦଳି କରିଦେବି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଢେଙ୍କାନାଳ ସଦର ବ୍ଲକ ବିଡିଓଙ୍କୁ ତାଗିଦ କରୁଛନ୍ତି। ଅଭିଯୋଗ ପାଇଥିଲେ। ଶୁକ୍ରବାର ପୂର୍ବାହ୍ନରେ ମନ୍ତ୍ରୀ ନିଜେ ଗହମଖୁଣ୍ଟି ଗ୍ରାମକୁ ଯାଇ ଆବାସ ଯୋଜନାର ସମୀକ୍ଷା କରିଥିଲେ। ଗ୍ରାମରେ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ଜାଣିବା ପରେ ସେ ଅଧିକାରୀମାନଙ୍କ ଉପରେ କ୍ଷୋଭ ବ୍ୟକ୍ତ କରିଥିଲେ ଏବଂ ତୁରନ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏ ସଂକ୍ରାନ୍ତରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି ମନ୍ତ୍ରୀ ପାତ୍ର କହିଲେ,ଆମେ ଚାହୁଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗରିବ ଲୋକମାନେ ପାଆନ୍ତୁ ପ୍ରଧାନମନ୍ତ୍ରୀ ଗରିବ ଲୋକଙ୍କ ପାଇଁ ଏହି ଯୋଜନା ପ୍ରଣୟନ କରିଛନ୍ତି। କିନ୍ତୁ ସର୍ଭେ ସମୟରେ ଅଫିସରମାନେ ଟିକେ ଭୁଲ୍ କରିଛନ୍ତି। ଗୁରୁବାର ଅଭିଯୋଗ ପାଇବା ପରେ ଶୁକ୍ରବାର ମୁଁ ନିଜେ ଘଟଣାସ୍ଥଳ ପରିଦର୍ଶନ ବେଳେ ଅଧିକାରୀଙ୍କ ଉପରେ ବର୍ଷିଲେ ମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ଅନିୟମିତତା ଅଭିଯୋଗ ହୋଇଥିଲା। ଏହାର ସମୀକ୍ଷା କରିବା ପାଇଁ ଘଟଣାସ୍ଥଳ ପରିଦର୍ଶନରେ ଯାଇଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଢେଙ୍କାନାଳ ରୁ ରିପୋର୍ଟର ବିଷ୍ଣୁ ଚରଣ ସାହୁ ।
