
ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ଆବିର୍ଭାବ ଉତ୍ସବ ପାଳିତ
———————————————
ତିର୍ତ୍ତୋଲ-..ତିର୍ତ୍ତୋଲ ଥାନା ଅନ୍ତର୍ଗତ ନୂଆପୋଖରୀ ଠାରେ ଥିବା ସତସଙ୍ଗ କେନ୍ଦ୍ରରେ ଶ୍ରୀଶ୍ରୀଠାକୁରଙ୍କ ୧୩୭ତମ ଆବିର୍ଭାବ ଉତ୍ସବ ଓ ସତସଙ୍ଗ କେନ୍ଦ୍ରର ବାର୍ଷିକ ଉତ୍ସବ ସାଡ଼ମ୍ବରେ ବିବିଧ ମାଙ୍ଗଳିକ ଅନୁଷ୍ଠାନ ସହିତ ପାଳିତ ହୋଇଯାଇଛି।ଏହିକର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ ସପ୍ରଋ ରତ୍ନାକର2ନାୟକ ଅଧ୍ୟକ୍ଷତା କରିଥିବାବେଳେ ଶିକ୍ଷାବିତ ପଣ୍ଡିତ ସପ୍ରଋ ହୃଷିକେଶ ଆଚାର୍ଯ୍ୟ,ଇ. ପ୍ରଭାକର ଭାଇ, ପିଙ୍କୁ ଭାଇ, ତିର୍ତ୍ତୋଲ କଲେଜ ପ୍ରାକ୍ତନ ଅଧକ୍ଷ କ୍ୟାପେଟେନ ଜ୍ଞାନଜ ସାମନ୍ତରାୟ ପ୍ରମୁଖ ଶ୍ରୀଶ୍ରୀଠାକୁରଙ୍କ ଦିବ୍ୟଜୀବନ ସମ୍ପର୍କ ରେ ଆଲୋଚନା କରିଥିଲେ।ନୂଆପୋଖରୀ କେନ୍ଦ୍ରର ଅଧକ୍ଷ ହେମନ୍ତ କୁମାର ବର୍ଦ୍ଧନ ପ୍ରାରମ୍ଭିକ ସୂଚନା କ୍ରମରେ ସ୍ଥାନୀୟ ଅଂଚଳ ସହିତ ଲଥାଙ୍ଗ,ରାହାମା, ଓକଲା, ଝଙ୍କଡ଼, ଏରସମା ସତସଙ୍ଗ କେନ୍ଦ୍ର ତଥା ଭାଇ ଓ ମା ମାନଙ୍କ ସହଯୋଗରେ ଏହି ଉତ୍ସବ ହେଉଛି ବୋଲି କହିଥିଲେ।ମାତୃସମିଲନି, ସଂଗୀତାଞ୍ଜଳି କାର୍ଯ୍ୟକ୍ରମ କୁ ସ୍ଥାନୀୟ ଭାଇ ଓ ମା ମନେ ପରିଚାଳନା କରିବାରେ ସକ୍ରିୟ ସହଯୋଗ କରିଥିଲେ।ଜିଲ୍ଲା ତଥା ଜିଲ୍ଲା ବାହାରୁ ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁ ଯୋଗଦେଇ ପ୍ରସାଦ ସେବନ କରିଥିଲେ।