-ଗୋପାଳପୁର,…ରାମ ଚନ୍ଦ୍ର ପୁର ସ୍ଥିତ ବ୍ରହ୍ମପୁର ସ୍କୁଲ୍ ଅଫ ନର୍ସିଂ,ଇଙ୍ଗ, ଏବଂ ଟେକ୍ନୋଲୋଜି ରେ ସରସ୍ଵତୀ ପୂଜା ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଲକ୍ଷ୍ମୀ ନାରାୟଣ ଦାସ କର୍ତ୍ତା ଭାବେ ଯୋଗ ଦେଇ ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ପୂଜା ହୋମ ରେ ବିଦ୍ୟାଳୟ ପରିବେଶ ଅତ୍ୟନ୍ତ ଆନନ୍ଦ ମୟ ହେଉଥିଲା।ଏହି କାର୍ଯ୍ୟକ୍ରମରେ ନର୍ସିଂ ପିନ୍ସପାଲ ଶାନ୍ତି ଲତା ମିଶ୍ର, ଡିପ୍ଲୋମା ପ୍ରିନ୍ସପାଲ ବିଦ୍ୟୁତ ରଞ୍ଜନ ଦାସ,ସମ୍ପାଦକ ଜି ଦୀପକ ରାଓ,ପରିଚାଳନା ନିର୍ଦ୍ଦେଶକ ପି କେ ରାଓ, ଇ ଆର୍ ମନୋଜ କୁମାର ପଣ୍ଡା, ଇ ଆର୍ ଦେବାଶିଷ ଶତପଥୀ ଏବଂ ସମସ୍ତ ଅଧ୍ୟାପକ ,ଅଧ୍ୟାପିକା , ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ଵିଦ୍ୟା ଦାତ୍ରୀ ମା ସରସ୍ଵତୀ ଙ୍କୁ ସ୍ମରଣ କରି ଆଶୀର୍ବାଦ ଲାଭ କରିଥିଲେ।
