
କୋଇଡ଼ା (ସଞ୍ଜୟ ବେହେରା) : ସୁନ୍ଦରଗଡ ଜିଲ୍ଲା କୋଇଡା ବହୁ ଚର୍ଚିତ ବେଆଇନ୍ ଖଣି ଚୋରି ଉପରେ ଚାଲିଛି ଭିଜିଲାନ୍ସର ତଦନ୍ତ ।ଆଜି ସକାଳୁ ୧୨ ଜଣିଆ ଭିଜିଲାନ୍ସ ଟିମ୍ କୋଇଡା ଖଣି ଅଞ୍ଚଳ କୁ ପହଞ୍ଚିଛନ୍ତି । ବହୁମୁଲ୍ୟ କଳାହୀରା ( ମାଙ୍ଗାନିଜ୍ ଏବଂ ଆଇରନ ଲୁହାପଥର ) ଚୋରାଚାଲାଣ ର ତଦନ୍ତ କରିଛି ଭିଜିଲାନ୍ସ ଟିମ୍ l ତାହା ସହିତ କୋଇଡା ତହସିଲଦାର ,କୋଇଡାଖଣିଉପନିର୍ଦ୍ଦେଶକ ,କୋଇଡା ରେଞ୍ଜର ମଧ୍ଯ ସାଙ୍ଗରେ ଅଛନ୍ତି । ଯାହା ସୂଚନା ରହିଛି କୋଇଡା ର ମାଲଦା , କେନାଭେଟା, ଗିଡେଇ, ମୁଟୁକୁଦର ଅଞ୍ଚଳ ଦିନ ତମାମ ବିଭିର୍ଣ୍ଣ ସ୍ଥାନରେ ଗଛ୍ଛିତ ଥିବା କଳା ହୀରା ଉପରେ ଭିଜିଲାନ୍ସ ଟିମ୍ ତଦନ୍ତ କରିବାକୁ ନେଇ ସୂଚନା। ସୂଚନା ମୁତାବକ ଗତ ୨୪-୦୬-୨୦୨୫ରିଖ ସକାଳୁ 10 ଜଣିଆ ଭିଜ୍ଲଲାନ୍ସ ଟିମ୍ ଘଟଣସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଟିମ୍ ରେ ORSAC ର 4ଜଣ ସଦସ୍ୟ ସହ ଭିଜ୍ଲଲାନ୍ସ ଏସପି ଘଟଣା ସ୍ଥଳରେ ମଧ୍ୟ ଉପସ୍ଥିତ ରହିଥିଲେ ,।
ଖଣି ମାଫିଆଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ ପରେ ଆଜି ସକାଳୁ କୋଇଡା ରେ ଭିଜିଲାନ୍ସ ଟିମ୍ ବେଆଇନ୍ ଖଣି ଚୋରି ଉପରେ ତଦନ୍ତ ଜାରି ରଖିଛି। ପୁର୍ବ ତଦନ୍ତ ଅନୁସାରେ କୋଇଡ଼ା ତହସିଲ ଅନ୍ତର୍ଗତ ମାଲଦା, ପଟାବେଡ଼ା, ସାନପୁଟୁଳି, କୋଲମଙ୍ଗ ଏବଂ ରୁସିବେଣୁଆଠାରେ ୪୭ଟି ମାଙ୍ଗାନିଜ୍ ଓ ୩ଟି ଲୌହ
ବେଆଇନ ଭାବେ ମାଙ୍ଗାନିଜ୍ ଓ ଲୁହା ପଥର ଉତ୍ତୋଳନ କରାଯାଉଥିବାର ନଜରକୁ ଆସିଥିଲା। ଏହି ମୋଟ ୫୦ଟି ଖଣି ମଧ୍ୟରୁ ୧୬ଟି ପଟାବେଡ଼ା ଗ୍ରାମରେ, ୧୦ଟି ମାଲଦା ଗ୍ରାମରେ, ୨୦ଟି କୋଲମଙ୍ଗ ଗ୍ରାମରେ ଏବଂ ଅବଶିଷ୍ଟ ୪ଟି ସାନପୁଟୁଳି ଓ ରୂସିବେଣୁଆ ଗ୍ରାମରେ ରହିଥିବା ପୁର୍ବ ରିପୋର୍ଟ ରେ ଦର୍ଶାଯାଇଥିଲା। ଏସବୁ ଖଣିରୁ ୨୦ ହଜାର ମେଟ୍ରିକ୍ ଟନ୍ରୁ ଅଧିକ ମାଙ୍ଗାନିଜ ଓର୍ ଏବଂ ୧୨୦୦ ମେଟ୍ରିକ୍ ଟନ୍ରୁ ଉର୍ଦ୍ଧ ପରିମାଣର ଲୁହାପଥର ବେଆଇନ ଭାବେ ଉତ୍ତୋଳନ କରାଯାଇଛି ଓ ଯାହାର ଆନୁମାନିକ ମୂଲ୍ୟ ୩୭ କୋଟିରୁ ଅଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ରିପର୍ଟ ଅନୁସାରେ ଆଜି କୋଇଡା ଖଣି ମଣ୍ଡଳରେ ଭିଜଳାନ୍ସ ଟିମ୍ ତନାଘନା କରୁଛନ୍ତି।