
ସାରସକଣା/ଜାମଶଳା(ଅନିଲ କୁମାର ସାହୁ) : ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନବେଳା ୧୮ ନମ୍ବର ଜାତୀୟରାଜପଥରେ ବାଇଗଣବାଡ଼ିଆ, କୁଚେଇ ରାଜ ରାସ୍ତା ଉପରେ ଏକ ବାଇକ୍ ଆରୋହୀଙ୍କୁ କିଛି ଦୁବୃର୍ତ୍ତ ଅନ୍ୟ ଏକ ବାଇକରେ ଆସି ଗୁଳିମାଡ କରିଥିଲେ।ସୂଚନା ଅନୁଯାୟୀ ଉକ୍ତ ଯୁବକ ଜଣକ କୁଲିଅଣା ର ବିଦେଶୀ ମଦ ରେ କାର୍ଯ୍ୟ କରନ୍ତି ଓ ମଦ ଦୋକାନର ବିକ୍ରୀ ଟଙ୍କା ବାରିପଦାର କୌଣସି ବ୍ୟାଙ୍କରେ ଜମା ରଖିବା ପାଇଁ
ଟଙ୍କା ନେଇ ଯାଉଥିଲେ।କୁଚେଇ ନିକଟସ୍ଥ ରାଜରାସ୍ତାରେ କିଛି ଦୁବୃର୍ତ୍ତ ଏକ ବାଇକ୍ ରେ ଆସି ଟଙ୍କା ଲୁଟ କରିବା ଉଦ୍ଦେଶ୍ୟରେ ଯୁବକଙ୍କ ଉପରକୁ ୫ ରାଉଣ୍ଡ ଗୁଳି ଚଳାଇ ଥିଲେ।ଗୋଟିଏ ଗୁଳି ଯୁବକଙ୍କ ଜଙ୍ଗ ରେ ବାଜିଥିଲା,ଗୁଳିମାଡ଼ରେ ଆହତ ହୋଇ ଯୁବକ ଜଣକ ନିକଟସ୍ଥ ବିଲ ଆଡ଼କୁ ଜୀବନ ବିକଳରେ ପଳାଇ ଥିଲେ।ଲୋକ ମାନଙ୍କର ଭିଡ ହେବାର ଦେଖି ଦୁବୃର୍ତ୍ତ ମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇ ଥିଲେ।ତୁରନ୍ତ କୁଳିଅଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସଙ୍ଗେ,ଗୁରୁତର ଯୁବକଙ୍କୁ ପି ଆର୍ ଏମ ବାରିପଦା ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇଥିଲେ।ଶ୍ରୀଯୁକ୍ତ ସୁଦାମ ମାରାଣ୍ଡି ଖବର ପାଇ ତୁରନ୍ତ ହସପିଟାଲ ରେ ପହଞ୍ଚି ଗୁରୁତର ଯୁବକଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଡାକ୍ତରଙ୍କୁ ଉତ୍ତମ ଚିକିତ୍ସା ବିଷୟରେ ପଚାରି ବୁଝିଥିଲେ ଏବଂ ଦୁର୍ବୃତ୍ତ ଙ୍କୁ ତୁରନ୍ତ ଗିରଫ କରିବା ଦୃଢ଼ରୁ ଦୃଢ଼ କାର୍ଯ୍ୟାନଷ୍ଠାନ ନିମନ୍ତେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ କହିଥିଲେ ।