ଚାଷୀର ଚାଷ ଉଜୁଡ଼ି ମଥାରେ ହାଥ ।
ମୟୂରଭଞ୍ଜ ଜିଲ୍ଲାର ବଡସାହି ବ୍ଲକ ଅଞ୍ଚଳ ର ଚାଷୀ ଅତ୍ୟନ୍ତ ଚିନ୍ତାଗ୍ରସ୍ତ ଅବସ୍ଥାରେ ଅଛନ୍ତି। ବହୁ କଷ୍ଟରେ ଧାନ ରୁଆ ବେଉଷଣ କାର୍ଯ୍ୟ ନିକଟରେ ସାରିଥିଲେ। ମାତ୍ର ଲଗାଣ ବର୍ଷା ଯୋଗୁଁ ଚାଷ ଜମି ଜଳମଗ୍ନ ହୋଇଯାଇଥିଲା ।
କ୍ରମାଗତ ଏଭଳି ପାଣି ରହିଲେ , ଧାନ ଗଛ ସବୁ ପଚି ନଷ୍ଟ ହେବ। ପୁନର୍ବାର ତଳି ରୋଇବା ପାଇଁ ନା ସମ୍ବଳ ଅଛି ନା ତଳି ଅଛି। ତେଣୁ ଚାଷୀକୁଳ ଅତ୍ୟନ୍ତ ଚିନ୍ତାଗ୍ରସ୍ତ। କିପରି ଧାନ ଗଛର ପୁନର ଉଦ୍ଧାର କରିବା ଚିନ୍ତାରେ ଅଧିକାଂଶ ଗାଁ ଗୁଡିକ ଜଳବନ୍ଦୀ ଭିତରେ । ଆମେ ପହଞ୍ଚିବା ପର୍ଯ୍ୟନ୍ତ କୌଣସି ପ୍ରାସାସନିକ ଅଧିକାରୀ ଙ୍କ ଦେଖା ନ ଥିବାରୁ ତଳିଆ ଅଞ୍ଚଳର ଚାଷୀମାନେ ଦୁଃଖ ପ୍ରକାଶ କରିଛନ୍ତି। ଆସ୍ତେ ଆସ୍ତେ ନଦୀର ଜଳସ୍ତର ବୃଦ୍ଧି ପାଇବା ଲକ୍ଷ କରୁଛନ୍ତି।ଗତ ରାତିରେ କ୍ରମାଗତ ବାଦଲ ଫଠା ବର୍ଷା ଯୋଗୁଁ ବଡସାହି ବ୍ଲକ ଅଞ୍ଚଳର ତଳି ଅଞ୍ଚଳର ଚାଷୀଙ୍କ ଅଣ୍ଟା ଭାଙ୍ଗିଯାଇଛି । ତେଣୁ ଜନସାଧାରଣ ଓ ଚାଷୀ ଙ୍କ ତରଫରୁ ସରକାରଙ୍କ ଠାରେ ଗୋଟଏ ଅନୁରୋଧ ପ୍ରଶାସନ ଚାଷୀଙ୍କ କ୍ଷତିକୁ ଦୃଷିରେ ରଖି ଚାଷୀଙ୍କ କ୍ଷତି ପୁରାଣ ସହ ଉପଯୁକ୍ତ ପରାମର୍ଶ ର ଆଶା କରିଛନ୍ତି।
ମୟୂରଭଞ୍ଜରୁ ମୋନାଲି ସାହୁଙ୍କ ସହ ବରଦା କାନ୍ତ ମହାନ୍ତଙ୍କ ରିପୋର୍ଟ ଭଞ୍ଜଦୂତ ଖବର
