*ଗିରିବର ଗିରିଧାରୀ ଆଶ୍ରମ ରେ ଫୁଲ ଫଳ ଚାରା ରୋପଣ।* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )
ଗଁଦିଆ ତା ୨୪.୭.୨୦୨୬
ଗଁଦିଆ ବ୍ଳକ ର ଐତିହ୍ୟ ସମ୍ପନ୍ନ ଝାରଦା ଗିରିବର ଗିରିଧାରୀ ଆଶ୍ରମ ରେ ପରିବେଶବିତ୍ ହରିହର ସାହୁ ଓ କବି ମଧୁସୂଦନ ବେହେରା ବାହୁଡ଼ା ଯାତ୍ରା ଉପଲକ୍ଷେ ଚାରା ରୋପଣ କରିଛନ୍ତି। ବାହୁଡ଼ା ଉପଲକ୍ଷେ ଝାରଦା ଗ୍ରାମ ରେ କିଛି ଶୁଭେଚ୍ଛୁ ଙ୍କ ବାଡି ରେ ଚାରା ରୋପଣ କରି ନିଜକୁ ଧନ୍ୟ ମନେ କରିଛନ୍ତି। ଏହି ପ୍ରୟାସ ଜୁଲାଇ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିରହିବ ବୋଲି ପରିବେଶବିତ୍ ଶ୍ରୀ ସାହୁ ପ୍ରକାଶ କରିଛନ୍ତି।
