*ଝାରଦା ଗୁଣ୍ଡିଚା ମା ମନ୍ଦିର ରୁ ବାହୁଡିଲେ ପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ପ୍ରଭୁ ଶ୍ରୀ ସୁଦର୍ଶନ*(ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )
ଗଁଦିଆ ତା ୨୪.୭.୨୦୨୬
ଗୁଣ୍ଡିଚା ମନ୍ଦିର ଝାରଦା ରେ ପୂଜା ପାଉଥିବା ସାଢେ଼ ଚାରି କୋଟି ଓଡିଆଙ୍କର ଆରାଧ୍ୟା ଦେବତା ପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ, ପ୍ରଭୁ ଶ୍ରୀ ବଳଭଦ୍ର ଦେବୀ ସୁଭଦ୍ରା ଓ ପ୍ରଭୁ ସୁଦର୍ଶନ ଆଜି ଅପରାହ୍ନରେ ଗୁଣ୍ଡିଚା ମନ୍ଦିର ରୁ ବାହାରି ରଥାରୁଢ଼ ହୋଇ ଝାରଦା ଗିରିବର ଗିରିଧାରୀ ଆଶ୍ରମ ଅଭିମୁଖେ ଭକ୍ତ ମାନଙ୍କ ହରିବୋଲ ହୁଳହୁଳି ଶଙ୍ଖ ନାଦ କୀର୍ତ୍ତନ ମଧ୍ୟରେ ବାହୁଡିଛନ୍ତି। ଆଶ୍ରମ ର ସାଧୁ ଶ୍ରୀମଦ୍ ଶିବ ପ୍ରସାଦ ଦାଶ ଓ ପୁରୋହିତ ଦେବାଶିଷ ପତି ଙ୍କ ଦ୍ଵାରା ପୁଜା ସମାପନ ପରେ ଶ୍ଯାମ ସୁନ୍ଦର ବିହାରୀ ଙ୍କ ଦ୍ଵାରା ଛେରା ପହଁରା କାର୍ଯ୍ୟ ସମ୍ପାଦନ ହୋଇଅଛି। ରଥ ରେ ପ୍ରଭୁ ଙ୍କୁ ନୈବେଦ୍ୟ ଅର୍ପଣ ପରେ ଭକ୍ତମାନେ ରଥ କୁ ଟାଣି ଶ୍ରୀ ଶ୍ରୀ ଗିରିବର ଗିରିଧାରୀ ଆଶ୍ରମ ଅଭିମୁଖେ ନେଇଛନ୍ତି।
ମନ୍ଦିର ସମ୍ମୁଖରେ ସନ୍ଧ୍ୟା ପୂର୍ବରୁ ରଥ ପହଞ୍ଚି ଯାଇଅଛି। ଆସନ୍ତା କାଲି ପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ, ପ୍ରଭୁ ଶ୍ରୀ ବଳଭଦ୍ର ଦେବୀ ସୁଭଦ୍ରା ଓ ପ୍ରଭୁ ଶ୍ରୀ ସୁଦର୍ଶନ ମନ୍ଦିର ରେ ପ୍ରବେଶ କରିବା ର କାର୍ଯ୍ୟ କ୍ରମ ଥିବାର ଜଣାଯାଇଛି।
